ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରେ ଏବେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଏ ସମ୍ପର୍କରେ ସେ ଏକ ଭିଡିଓ ଜାରି କରି ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ବିଦେଶରୁ ଫେରିବା ପରେ ସେ ସରକାରଙ୍କ ଓ୍ବେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ କରିଛନ୍ତି। ସୁସ୍ଥ ଥିଲେ ବି ଗାଇଡ୍‌ଲାଇନ୍‌ ଅନୁଯାୟୀ କ୍ୱାରେଣ୍ଟାଇନ୍‌ରେ ଥିବା ସେ କହିଛନ୍ତି।

ପ୍ରକାଶ ଯେ, ଗଜପତି ମହାରାଜା ଆମେରିକାରୁ ସପରିବାର ଫେରିବା ପରେ ୧୪ ଦିନ ଲାଗି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

Share