ହୋମ୍‌ ସର୍ଭିସ୍‌ ଦେଉଥିବା ସେଲୁନ୍‌ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା

ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ କେଶ ବଢୁଥିଲେ ମଧ୍ୟ ସେଲୁନ୍‌ ବନ୍ଦ ଥିବାରୁ ସେମାନେ କେଶ କାଟିବା ସମ୍ଭବ ହେଉନାହିଁ। ଏପରିସ୍ଥଳେ କିଛି ସେଲୁନ୍‌ ମାଲିକ ହୋମ୍‌ ସର୍ଭିସ୍‌ ଦେବା ଆରମ୍ଭ କରିଛନ୍ତି। ତେବେ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏଭଳି ସର୍ଭିସ୍‌ ଦେଉଥିବା ସେଲୁନ ମାଲିକଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଘୋଷଣା କରାଯାଇଛି। ଜିଲାର ସେଲୁନ ମାଲିକ ସଂଘ ପକ୍ଷରୁ ଏଭଳି ଘୋଷଣା ହୋଇଛି। ସଂଘ ପକ୍ଷରୁ ସେଲୁନ୍‌ ସକାଳ ୭ଟାଠାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଲୋଡାଯାଇଛି। ଏହାଦ୍ୱାରା ସାମ୍ପ୍ରତିକ ସଙ୍କଟ ଜନକ ସମୟରେ ସେଲୁନ ମାଲିକଙ୍କ କାରବାର ହୋଇ ପାରିବ ବୋଲି ସଂଘ କହିଛି।

Share