Advertisement

ହୋମ୍ କ୍ବାରାଣ୍ଟାଇନ୍ ଉଲଙ୍ଘନ ଅଭିଯୋଗ

ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବାହାରୁ ଆସୁଥିବା ବ୍ଯକ୍ତି ହୋମ୍ କ୍ବାରାଣ୍ଟାଇନରେ ରହିବାର ନିୟମ ରହିଛି। ହେଲେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଁଚାଲରେ ଜଣେ ଯୁବକ ହୋମ କ୍ବାରାଣ୍ଟାଇନ୍ ଉଲଙ୍ଘନ କରିଥିବା ଶନିବାର ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକ ଜଣକ କିଛି ଦିନ ହେଲା ଭୁବନେଶ୍ୱରରେ ରହୁଥିଲେ। ଗତ ମଙ୍ଗଳବାର ସେ ଘରକୁ ଫେରିଥିଲେ। ତେଣୁ ତାଙ୍କର ଘର ସାମ୍ନାରେ ନିୟମ ଅନୁସାରେ ଷ୍ଟିକରିଂ କରାଯାଇଥିଲା। ହେଲେ ଉକ୍ତ ଷ୍ଟିକରକୁ ସେମାନେ ଖୋଲିଦେବା ସହ ସଂପୁକ୍ତ ଯୁବକ ବାହାରେ ବୁଲାବୁଲି କରୁଥିବା ଅଭିଯୋଗ ହେଉଛି। ଏହି ଖବର ପାଇ ସ୍ଥାନୀୟ ଆଶା, ଅଙ୍ଗନବାଡି ଓ ଓ୍ଵାର୍ଡ ସଭ୍ଯଗଣ ତାଙ୍କୁ ବୁଝାଇବାକୁ ତାଙ୍କର ଘରକୁ ଶନିବାର ସକାଳେ ଯାଇଥିଲେ। ହେଲେ ସଂପୁକ୍ତ ଯୁବକ ସେମାନଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ତେଣୁ ସେମାନେ ଉଚ୍ଚ କତ୍ତୃପକ୍ଷକୁ ଜଣାଇଛନ୍ତି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶାନ୍ତନୁ ସାହୁଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ପାଇଛି। ଏହାର ସମାଧାନ ପାଇଁ ଏକ ଚିକିତ୍ସକ ଦଳ ସଂପୁକ୍ତ ଗାଁକୁ ପଠାଇଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ଗାଁରେ ସାମାଜିକ ଦୂରତ୍ବ ରହୁନଥିବା ପରିଲକ୍ଷିତ ହେଉଛି। ଲୋକମାନେ ଏକାଠି ହୋଇ ମେଳି ବାନ୍ଧୁଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share