ହୋମ କ୍ବାରାଣ୍ଟାଇନରେ ଥାନା ଅଧିକାରୀ

ବରଗଡ଼ ଅଫିସ୍‌,୨୫।୪- ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଚ୍ଛାୟତ ହୋମ କ୍ବାରାଣ୍ଟାଇନରେ ରହିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଥାନା ଅଧିକାରୀ ଗୋଚ୍ଛାୟତ ଏକ ଚାରିଚକିଆ ଗାଡ଼ିରେ ଗତ ୧୬ତାରିଖ ବାଲେଶ୍ୱର ଜିଲାକୁ ଯାଇଥିଲେ। ସେଠାରୁ ସେ ମେଲଛାମୁଣ୍ଡାକୁ ଗତ ୧୮ତାରିଖ ଫେରିଥିଲେ । ତାଙ୍କ ସହିତ ଥାନା ଅଧିକାରୀଙ୍କ ଆଉଜଣେ ସମ୍ପର୍କୀୟ ମଧ୍ୟ ଆସିଛନ୍ତି। ଏଠାକୁ ପହଞ୍ଚିବା ପରେ ତାଙ୍କୁ ୧୮ତାରିଖରୁ ମେ ୧ତାରିଖ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ରହିବାକୁ ପଦ୍ମପୁର(ରାଜବୋଡ଼ସମ୍ବର) ବିଡ଼ିଓ ଶଙ୍କର୍ଷଣ ବେହେରା ପରାମର୍ଶ ଦେଇଛନ୍ତି। ତେବେ ବାଲେଶ୍ୱର ଜିଲାରେ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ବଢ଼ିଚାଲି ଥିବାବେଳେ କେଉଁ ପରିସ୍ଥିତିରେ ସେଠାକୁ ଯିବା ପାଇଁ ଅନୁମତି ତଥା ଗାଡ଼ିପାସ୍‌ ମିଳିଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରି ବସିଛି।

Share