ହୋମ କ୍ବାରାଣ୍ଟାଇନ୍‌ରେ ୧୪ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୪।୩: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିଥିଲେ। କାର୍‌ ଯୋଗେ ଶଙ୍କରାଚାର୍ଯ୍ୟ ତାଙ୍କର ୧୪ଜଣ ଶିଷ୍ୟଙ୍କ ସହ ସାଢ଼େ ୯ଟାରେ ଗୋବର୍ଦ୍ଧନ ମଠରେ ପହଞ୍ଚିଲେ। ବର୍ତ୍ତମାନ ସେମାନେ ଗୋବର୍ଦ୍ଧନ ମଠରେ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି। ସମସ୍ତେ ସୁସ୍ଥ ଥିବା ମଠ ମୁଖପାତ୍ର ମନୋଜ ଜେନା କହିଛନ୍ତି।

Share