Categories: ପୁରୀ

ହୋମ କ୍ଵାରାଣ୍ଟାଇନରେ ଥିବା ଯୁବକଙ୍କୁ ପୁରୀ ସ୍ଥାନାନ୍ତର

ବ୍ରହ୍ମଗିରି,୩୧ା୩(ଡି.ଏନ.ଏ)- ଓଡ଼ିଶାରେ କରୋନା ସଂକ୍ରମଣ ଆକ୍ରାନ୍ତ ବଢ଼ୁଥିବା ନେଇ ସମସ୍ତେ ଆତଙ୍କିତ। ଏହି ସଂକ୍ରମଣରୁ ରୋକିବା ପାଇଁ ହୋମଆଇସୋଲେଶନ, ସାମାଜିକ ଦୂରତା ବଜାଇ ରଖିବା ପାଇଁ ସଚେତନ କରାଯାଉଛି। ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ହୋମ କ୍ଵାରାଣ୍ଟାଇନରେ ରହିବାକୁ ନିଦ୍ଦେର୍ଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ଜଣେ ଯୁବକ କରୋନା ସଂକ୍ରମଣରେ ଆକ୍ରାନ୍ତ ଜଣାପଡ଼ିବା ପରେ ହୋମ କ୍ଵାରାଣ୍ଟାଇନରେ ରହିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ମଙ୍ଗଳବାର ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକ ବାହାରୁ ଆସି ୨୩ ତାରିଖରୁ ହୋମ କ୍ଵାରାଣ୍ଟାଇନରେ ଥିଲେ। ସୋମବାର ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ କୌଣସି ଗାଡ଼ି ମଧ୍ୟ ମିଳି ନ ଥିଲା। ଉକ୍ତ ଯୁବକ ଜଣକ ୧୦୪କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଲକଡାଉନ ଯୋଗୁ ସବୁ ଯାନବାହନ ବନ୍ଦ ରହିଥିବାରୁ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ପରେ ଖବରପାଇ ଘଟଣାସ୍ଥଳରେ ଜଣେ ଆଶାକର୍ମୀ ଆସି ଦେଖିବା ପରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ପଚରାଉୁଚରା ପରେ ତାଙ୍କୁ ପୁରୀ ନେଇଯାଇଥିଲେ।