ହୋମ କ୍ୱାରାଣ୍ଟାଇନରେ ଛତିଶଗଡ ଫେରନ୍ତା

ଟିକ୍ରାପଡା, ୨୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କରମତଲା ପଞ୍ଚାୟତ ସଦର ଗ୍ରାମକୁ ଛତିଶଗଡରୁ ଫେରିଥିବା ୬ଜଣ ବ୍ୟକ୍ତିଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ମାସକ ତଳେ କରମତଲା ଗ୍ରାମର ତିନି ମହିଳାଙ୍କ ସମେତ ମୋଟ ୬ ଜଣ ଚିକିତ୍ସା ଉଦ୍ଦେଶ୍ୟରେ ଛତିଶଗଡ ରାଜ୍ୟର ରାୟପୁରକୁ ଯାଇଥିଲେ। ତେବେ ଲକ୍‌ଡାଉନ ଯୋଗୁଁ ସେମାନେ ନିଜ ଗ୍ରାମକୁ ଫେରି ପାରି ନ ଥିଲେ ।  ସେଠାକାର ଜିଲାପାଳଙ୍କ ଦ୍ୱାରା ପ୍ରଦତ୍ତ ପାସ୍‌ ସହାୟତାରେ ଏକ ଗାଡି ଯୋଗେ ଶନିବାର ରାତି ୮.୩୦ରେ ସେମାନେ କରମତଲା ପହଞ୍ଚିଥିଲେ ।  ଖବର ପାଇ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକ ସେମାନଙ୍କୁ ଭେଟି ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।  ତେବେ ସେମାନେ ସାମାଜିକ ଦୂରତା ବଜାୟ ରଖି ଘରେ ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଥିବା ଦର୍ଶାଇବାରୁ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି ।

Share