ହୋମ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ, ୨୩।୩: ବିଦେଶରୁ ଫେରିବା ପରେ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି, ସେମାନେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସୋମବାର ଚେତାବନୀ ଦେଇଛି କଟକ ମହାନଗର ନିଗମ(ସିଏମ୍‌ସି)। ସମସ୍ତ ବିଦେଶ ଫେରନ୍ତାଙ୍କ ଗତିବିଧି ଉପରେ ନଜର ରଖିଛି ସିଏମ୍‌ସି। କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଏହାକୁ ଉଲ୍ଲଂଘନ କରି ବଜାରରେ ବୁଲୁଥିବା ଅଭିଯୋଗରେ ରବିବାର ପୁରୀଘାଟ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭବିଷ୍ୟତରେ ଏଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।

Share