Categories: ଜାତୀୟ

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ ଏବେ ସେମାନଙ୍କୁ ଅଧିକ ୫୦ ଟଙ୍କା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅଧିକ ୧୫୦ ଟଙ୍କା ମିଳିବ। ଡେରାଡୁନରେ ଆୟୋଜିତ ହୋମ ଗାର୍ଡ ଫାଉଣ୍ଡେଶନ ଡେ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା ଘୋଷଣା କରିଛନ୍ତି। ରାଜ୍ୟର ଶାନ୍ତି ଓ ସୁରକ୍ଷା ପାଇଁ ଯେଉଁ ହୋମ ଗାର୍ଡମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟରେ ୧ହଜାର ହୋମ ଗାର୍ଡଙ୍କ ନିଯୁକ୍ତିକୁ ନେଇ ରାଓ୍ବତ ଖୁସି ବ୍ୟକ୍ତି କରିଛନ୍ତି।

Share