Categories: ଜାତୀୟ

ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା: ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,୧୫।୯: ରାସ୍ତା କଡରେ ଲାଗିଥିବା ବେଆଇନ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ ସମ୍ପୃକ୍ତ ହୋର୍ଡିିଂ ଲଗାଇଥିବା ଏଆଇଏଡିଏମକେ ନେତା ଜୟଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମାଡ୍ରାସ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶୁଭଶ୍ରୀ ରବି ନାମ୍ନୀ ଜଣେ ଛାତ୍ରୀ ଶୁକ୍ରବାର ନିଜ ସ୍କୁଟିରେ କ୍ରୋମପେଟସ୍ଥିତ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଏକ ହୋର୍ଡିଂ ତାଙ୍କ ଉପରେ ପଡି ଯାଇଥିଲା। ସେ ଭାରସାମ୍ୟ ହରାଇ ଗାଡିରୁ ଖସି ପଡିଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ୱାଟର ଟ୍ୟାଙ୍କର ତାଙ୍କ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବେଆଇନ ହୋର୍ଡିଂ ଯୋଗୁ ଶୁଭଶ୍ରୀଙ୍କ ଜୀବନ ଯାଇଥିବା ପ୍ରଚାର ହେବା ପରେ ମାଡ୍ରାସ ହାଇକୋର୍ଟ ସରକାର ଓ ରାଜନୈତିକ ଦଳଗୁଡିକ ଉପରେ କ୍ଷୁବ୍ଧ ହୋଇଛନ୍ତି।

Share