Categories: ଜାତୀୟ

ହୋଲିକା ଦହନ ଉତ୍ସବରେ କରୋନା ଭାଇରସ ଥିମ୍‌ରେ ଲାଗିଲା ପ୍ରତିମୂର୍ତ୍ତି

ମୁମ୍ବାଇ,୯।୩: ମୁମ୍ବାଇରେ ସୋମବାର ହୋଲିକା ଦହନ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁମ୍ବାଇର ଓ୍ବର୍ଲିରେ ହୋଲିକା ଦହନ କରିବାକୁ କରୋନା ଭାଇରସ ଥିମ୍‌ରେ ଏକ ପ୍ରତିମୂର୍ତ୍ତି ଲାଗିଥିବା ଦେଖାଯାଇଛି। ଏବେ ସାରା ବିଶ୍ୱ ପାଇଁ କରୋନା ଭାଇରସ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ହୋଲିକା ଦହନ ମାଧ୍ୟମରେ ଏହାକୁ ଦୂରେଇ ଦେଇ ହେବ ବୋଲି କେହି କେହି ମତ ରଖିଛନ୍ତି। ଉକ୍ତ ପ୍ରତିମୂର୍ତ୍ତିରେ କୋଭିଡ-୧୯ ଲେଖାଯିବା ସହ ଏହାକୁ କରୋନାସୂର ବୋଲି ଦର୍ଶାଯାଇଛି।

Share