ହୋଲିରେ ଅଘଟଣ: ଇନ୍ଦାବତୀରେ ଗାଧୋଇବା ବେଳେ ବୁଡ଼ିଯାଇ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ୩ ବନ୍ଧୁ

ନବରଙ୍ଗପୁର,୧୦।୩(ବି.ପ୍ର.): ନବରଙ୍ଗପୁର ସହର ଇନ୍ଦ୍ରାବତୀ ନଦୀରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇଚ୍ଛାବତୀଗୁଡ଼ାର ଆଦିତ୍ୟ ନାୟକ(୨୫)। ହୋଲି ଖେଳ ସରିବା ପରେ ୪ଜଣ ସାଙ୍ଗ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ସମସ୍ତେ ବୁଡ଼ି ଯାଇଥିଲେ। ହେଲେ ୩ଜଣ ନିଜ ପ୍ରଚେଷ୍ଟାରେ କୂଳକୁ ଆସିଥିବା ବେଳେ ଆଦିତ୍ୟ ନିଖୋଜ ହୋଇଯାଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟାରେ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।

Share