ହୋଲିରେ ଦୁର୍ଘଟଣା: କେନ୍ଦୁଗୁଡ଼ା ଡ୍ୟାମ୍‌ରେ ବୁଡ଼ି ୩ ମୃତ

ରାୟଗଡ଼ା ଅଫିସ,୧୦ା୩: ରାୟଗଡ଼ା ଜିଲା ପଦ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଲି ଖେଳି ୩ ସାଙ୍ଗ ଅପରାହ୍ନରେ ଗାଧୋଇବାକୁ ଯାଇଥିବାବେଳେ କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ପଦ୍ମପୁର ଗ୍ରାମର ଏ. ବରୁଣ ଆଚାରୀ(୧୯), ସୁରେଶ ଚନ୍ଦ୍ର ଚୌଧୁରୀ(୧୭) ଏବଂ କେ. ଅଭିଷେକ କୁମାର(୧୬)। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇ ପଦ୍ମପୁର ଚିକିତ୍ସାଳୟରେ ରଖାଯାଇଥିବାବେଳେ ବ୍ୟବଚ୍ଛେଦ ପାଇଁ ଗୁଣପୁର ପଠାଯିବ ବୋଲି ସୂଚନା ମିଳିଛି।

Share