ହୋଲିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆଜି ପବିତ୍ର ହୋଲି। ସାରା ଦେଶରେ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ କେତେକ ସ୍ଥାନରେ କରୋନା ଭାଇରସ୍‌କୁ ନେଇ ହୋଲି ଫିକା ପଡ଼ିଛି। ତେବେ ଏହି ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି ଜଣାଇଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଲାଗି ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବରେ ଏହି ହୋଲି ଉତ୍ସବକୁ ପାଳନ କରନ୍ତୁ।

Share