ହୋଲି ପରେ ଗାଧୁଆ: କାଠଯୋଡ଼ିରେ ବୁଡ଼ି ଦୁଇ ବାଳକ ମୃତ

କଟକ ଅଫିସ/କଟକ ସଦର(ଡି.ଏନ୍‌.ଏ.),୧୦।୩: କଟକ ନିକଟ ୪୨ମୌଜାର କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ ନିଶାନ୍ତ ପାଢ଼ୀ ଏବଂ ଶୁଭମ କୁମାର ବେହେରା। ଉଭୟଙ୍କ ଘର ନେତାଜୀ ନଗର ହୋଇଥିବା ବେଳେ ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର। ହୋଲି ଖେଳିବା ପରେ ଉଭୟ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ସେମାନେ ବୁଡି ଯାଇଥିଲେ। ଲୋକେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କର୍ମଚାରୀମାନେ ପହଞ୍ଚିି ଉଭୟଙ୍କୁ ଉଦ୍ଧାର କରିବା ସହ କଟକ ବଡ଼ ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share