Categories: ଜାତୀୟ

ହୋଶଙ୍ଗାବାଦ୍‌ରେ ରହିଛି ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ

ହୋଶଙ୍ଗାବାଦ୍‌,୧୨।୧୧: ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌ଠାରେ ଥିବା ଗୁରୁ ସିଂ ସଭା ଗୁରୁଦ୍ୱାରାରେ ମହା ସମାରୋହରେ ପାଳିତ ହେଉଛି। ନର୍ମଦା ନଦୀ କୂଳରେ ଥିବା ଏହି ଗୁରୁଦ୍ୱାରାରେ ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ ରହିଛି। ଏଥିରେ ମୋଟ ୧୪୩୦ ପୃଷ୍ଠା ରହିଛି। ୩୫୦ ବର୍ଷ ତଳେ ଗୁରୁ ନାନକ ଏଠାରେ ଥିବା ମଙ୍ଗଳବାରା ଘାଟ ନିକଟସ୍ଥ ରାଜା ହୁଶଙ୍ଗଶାହ ଉଦ୍ୟାନରେ ବହୁ ଦିନ ବିତାଇଥିଲେ। ୧୭୧୮ରେ ଏହି ଗୁରୁ ଗ୍ରନ୍ଥ ସାହିବ ଲେଖିଥିଲେ। ଏହାର ଶେଷ ପୃଷ୍ଠାକୁ ସୁନାରୁ ପ୍ରସ୍ତୁତ କାଳିରେ ଲେଖା ଯାଇଛି।

Share