ହୋ ଯୁବ ପ୍ରତିଭା ଗାମାୟ

କପ୍ତିପଦା,୨୨ା୯(ଡି଼.ଏନ୍‌.ଏ,)- ନିଜ ରାଜ୍ୟ ଓ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ବିକାଶ ଓ ସାମାଜିକ ପରିବତ୍ତର୍ର୍ନ ପାଇଁ କାମ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତିି, ଗାମାୟ ରିମିଲ ସିଂ ଗଇପଇ(୨୩) । ତାଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ରାଣୀପୋଖରୀ ପଞ୍ଚାୟତ ପାଣ୍ଡୁସାହିରେ। ସେ ଅନ୍ୟ ଜଣେ ଯୁବ ପ୍ରତିଭା ଇଂ ବିକ୍ରମ ବିରୁଲିଙ୍କ ସହାୟତାରେ ହୋ ସମାଜର ବିକାଶ ଲାଗି ଡକ୍ୟୁମେଣ୍ଟାରୀ, ୱେବସାଇଟ୍‌ ଓ ନିଉଜ ଚ୍ୟାନେଲ ଆଦି ପ୍ରସ୍ତୁତ କରିଛନ୍ତି। ଏହିି ଚ୍ୟାନେଲ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆରେ ଉପଲବ୍ଧ ହେଉଛି। ଗତ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି କଳାହାଣ୍ଡି ଜିଲା ଭବାନୀପାଟଣା ‘ଓୟୁଏଟି’ କେନ୍ଦ୍ର ପରିସରରେ ଅନୁଷ୍ଠିତ ସମାବେଶରେ ପ୍ରତିନିଧିତ୍ୱ କରିବା ଲାଗି ସେ ମନୋନୀତ ହୋଇଥିଲେ। ଓଡିଶା ହୋ ସମାଜ ପକ୍ଷରୁ ଗାମାୟାଙ୍କ ସମେତ ମୋଟ ୫ଜଣ ଯୁବ ପ୍ରତିଭାଙ୍କୁ ମନୋନୀତ କରାଯାଇଥିଲା। ସମ୍ଭାଦ-ଏ ଟ୍ରାଇବାଲ ଲିଡରସିପ ଶୀର୍ଷକ ଏହି ସମାବେଶରେ ଗାମାୟ ଭାଗ ନେଇଥିବାରୁ ତାଙ୍କୁ ହୋ ସମାଜ ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଓ ଟାଟା ଷ୍ଟିଲ ସହଯୋଗରେ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲାରୁ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୨ଶହରୁ ଉର୍ଦ୍ଧ୍ୱ ଯୁବ ପ୍ରତିଭା ଭାଗ ନେଇଥିଲେ। ଏହା ପୂର୍ବରୁ ଗାମାୟ ଦିଲ୍ଲୀ ଜନ୍ତରମନ୍ତର ଠାରେ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ହୋଇଥିବା ରାଲିରେ ଯୋଗ ଦେଇ ଦ୍ୟଢ ଦାବି ଉପସ୍ଥାପନ କରିଥିଲେ।