ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩ ଦିନ ପୂର୍ବରୁ ଟ୍ରମ୍ପ ଏହି ପର୍ବକୁ ପାଳନ କରିଛନ୍ତି। ଏହି ଅବସରରେ ସେ ହିନ୍ଦୁ ,ଜୈନ, ଶିଖ ଓ ବୌଦ୍ଧ ଧର୍ମାବଲମ୍ବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହି ପର୍ବ ସୂଚାଉଛି ଆମେରିକାରେ ସବୁ ଧର୍ମର ଲୋକଙ୍କୁ ଧାର୍ମିକ ସ୍ବାଧିନତା ମିଳିଛି। ତେବେ ଏହି ପର୍ବ ପାଳନ ସମୟରେ ହ୍ବାଇଟ ହାଉସ୍‌ ମଧ୍ୟକୁ ଗଣମାଧ୍ୟମକୁ ପ୍ରବେଶ ଅନୁମତି ମିଳି ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ଟ୍ରମ୍ପ ଓଭଲ କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକୀୟଙ୍କ ସହ ଦୀପାବଳି ପାଳନ କରିଥିଲେ।

Share