Advertisement

ହ୍ବାଇଟ ଟପିଂ ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ

ଭୁବନେଶ୍ୱର,୧୩ା୨: ରାସ୍ତାର ରକ୍ଷଣାବେକ୍ଷଣ ଅଭାବ ଏବଂ ଖାଲ ଯୋଗୁ ଲୋକମାନଙ୍କୁ ଅନେକ ଅସୁବିଧା ସାମ୍ନା କରିବାକୁ ପଡୁଛି। ରାସ୍ତା ଭିତ୍ତିଭୂମି ବିଗିଡିବା ଏବଂ ଗାଡି ସଂଖ୍ୟା ବୃଦ୍ଧି ଫଳରେ ଲୋକଙ୍କ ଜୀବନ ଶୈଳୀ ଉପରେ ନକରାତ୍ମକ ପ୍ରଭାବ ଏବଂ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଉଛି। କେବଳ ଭୁବନେଶ୍ୱର ନୁହେଁ ଦେଶର ବିଭିନ୍ନ ସହରରେ ଏହି ସମସ୍ୟା ଉପୁଜିଛି। ରାସ୍ତାରେ ଖାଲ ଯୋଗୁ ନିୟମିତ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ସଙ୍କଟାପର୍ଣ୍ଣ ହେଉଛି। ଏହି ସମସ୍ୟାର ସମାଧାନ ନେଇ ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଗୁରୁତ୍ୱାରୋପ କରିଛନ୍ତି। ଏଭଳି ସ୍ଥିତିରେ ଦ୍ୱାଇଟ ଟପିଂ ଟେକ୍ନୋଲୋଜିର ଆବଶ୍ୟକତା ରହିଥିବା କୁହାଯାଇଛି। ଏହା ଦୀର୍ଘ ୨୦ ବର୍ଷ ପାଇଁ ଗାତମୁକ୍ତ ରାସ୍ତା ପ୍ରଦାନ କରିବା ଦିଗରେ ସହାୟକ ହେବ। ଏହା ବିଶେଷ ଭାବେ ମରାମତି ଖୋଜେ ନାହିଁ। ଦେଶର ପ୍ରମୁଖ ସହରଗୁଡିକରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ହ୍ବାଇଟ ଟପିଂ ସଲ୍ୟୁଶନ ଗାତ ସମସ୍ୟାର ଏକ ସ୍ଥାୟୀ ସମାଧାନ,ଅର୍ଥନୈତିକ ବିକାଶରେ ସହାୟକ ହେବା ସହ ପ୍ରାକୃତିକ ସମ୍ବଳ ଉପରେ କମ୍‌ ଚାପ ପକାଏ ବୋଲି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ସ୍କୁଲ ଅଫ ଇନଷ୍ଟ୍ରାଷ୍ଟ୍ରକଚର ଆସୋସିଏଟ ପ୍ରଫେସର ଦିନାକର ପସଲା ଏଥିରେ ମତ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ରାସ୍ତାର ମରାମତି ଲାଗି ହ୍ବାଇଟ ଟପିଂ ସଲ୍ୟୁଶନ ଏକ ସହଜ ଏବଂ ଉପଯୋଗୀ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଡେପୁଟି ମ୍ୟାନେଜର କାଲି କଲ୍ୟାଣ ମହାରଣା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share