ହ୍ବାଇଟ ହାଉସ ପହଞ୍ଚିଲା କରୋନା

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣର ଶେଷ ପର୍ଯ୍ୟାୟକୁ ଅପେକ୍ଷା ରଖିଛନ୍ତି। ଯେତେଶୀଘ୍ର କରୋନାର ପ୍ରକୋପ କମ୍‌ ହେବ ସେତେଶୀଘ୍ର ସେ ଲକ୍‌ଡାଉନ ଖୋଲି ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବେ ବୋଲି କହିଛନ୍ତି। ହେଲେ ଏବେ ଏହି କରୋନା ମାହାମାରୀ ହ୍ବାଇଟ ହାଉସରେ ତା’ର ଉପସ୍ଥିତି ଜାହିର କହିଛି। ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ଜଣେ ସହାୟକ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। ତେବେ ସେ ହେଉଛନ୍ତି ହ୍ବାଇଟ ହାଉସର କରୋନା ସଂକ୍ରମିତଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି। ଏହାପୂର୍ବରୁ ଉପରାଷ୍ଟ୍ରପିଙ୍କ ନିଜସ୍ବ ସଚିବ କରୋନା ସଂକ୍ରମିତ ହୋଇଥିବା ବେଳେ ଇଭାଙ୍କାଙ୍କ ସହାୟକଙ୍କ ଟେଷ୍ଟ କରାଯିବା ପରେ ସେ ମଧ୍ୟ କରୋନାରେ ପୀଡ଼ିତ ବୋଲି ଜଣାପଡିଥିଲା। ହେଲେ ଇଭାଙ୍କା ଓ ତାଙ୍କ ପତି ଜାରେଡଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

Share