ହ୍ରାସ ପାଇବ ପିଆଜ ଦର

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ପିଆଜର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏନେଇ ପିଆଜ ଦର ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖୁବ୍‌ଶୀଘ୍ର ପିଆଜ ଦର ହ୍ରାସ ଘଟିବ ବୋଲି ଜଣାପଡିଛି। ପିଆଜ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପାଲଟିଲାଣି। ପୂର୍ବରୁ ରାଜ୍ୟକୁ ଦୈନିକ ୫୦ ଟ୍ରକ ପିଆଜ ଆସୁଥିଲା। ଏବେ କିନ୍ତୁ ଗୋଟିଏ ଟ୍ରକ ଆସୁଛି। ଦେଶବ୍ୟାପି ଦୈନିକ ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦରକାର ହେଉଥିବାବେଳେ ବିଦେଶରୁ କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ ଟନ ଆଣିଛନ୍ତି। ରାଜ୍ୟରେ ୨୬ ପ୍ରତିଶତ କମ ଜମିରେ ପିଆଜ ଚାଷ ହେଉଥିବାରୁ ଏଠି ସମସ୍ୟା ଉତ୍କଟ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ନଚେତ ଜାନୁଆରୀ ପହିଲାରେ ରାଜ୍ୟରେ ପିଆଜ ଦର ଖସିବ ବୋଲି ସେ କହିଛନ୍ତି। ଏହି ବୈଠକରେ ଯୋଗାଣ ସଚିବ, ସମବାୟ ନିବନ୍ଧକ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Share