ହ୍ରାସ ପାଉଛି ଆମ ଶରୀରର ସାଧାରଣ ତାପମାତ୍ରା

”ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌ । ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି ସମ୍ବେଦନଶୀଳ। ଉଦାହରଣସ୍ବରୂପ, ନାରୀମାନଙ୍କ ଋତୁଚକ୍ର କାଳରେ ଡିମ୍ବୋଦୟ ପରେ ଏଷ୍ଟ୍ରୋଜେନ୍‌ ହ୍ରାସ ଏବଂ ପ୍ରୋଜେଷ୍ଟେରୋନ୍‌ ବୃଦ୍ଧି ହେଲେ ସେମାନଙ୍କ ଶରୀରର ତାପମାତ୍ରା ହଠାତ୍‌ ବଢ଼ିଯାଏ । ତେଣୁ ଏ ସମସ୍ତ କଥା ବିଚାରକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷତଃ ଶରୀରର  ‘ସାଧାରଣ ତାପମାତ୍ରା’ ୯୭.୭ ଏବଂ ୯୯.୫ ଡିଗ୍ରୀ ଫାରେନ୍‌ହିଟ୍‌ ମଧ୍ୟରେ ବୋଲି ମନେ କରାଯାଏ ।“

ଶରୀରର ତାପମାତ୍ରା ମାପିବାକୁ ଆମେ ବ୍ୟବହାର କରୁଥିବା ଡାକ୍ତରୀ ତାପମାନଯନ୍ତ୍ର ବା ଥର୍ମୋମିଟରରେ ୯୮.୬ ଡିଗ୍ରୀ ଫାରେନ୍‌ହିଟ୍‌ ସୂଚାଉଥିବା ସ୍ଥାନରେ ଅପେକ୍ଷାକୃତ ପ୍ରଶସ୍ତ ଦାଗଟିଏ ଥାଏ। ଏହାକୁ ଆମେ ଏହାର ”ସାଧାରଣ ତାପମାତ୍ରା“ ବୋଲି କହୁ। ତାହା ତହିଁରୁ ଅଧିକ ହେଲେ ଆମକୁ ଜ୍ୱର ହୋଇଥିବାର ମନେକରାଯାଏ। ତେବେ, ପ୍ରକୃତରେ ସମସ୍ତଙ୍କ ଶରୀରର ଏହି ତଥାକଥିତ ”ସାଧାରଣ ତାପମାତ୍ରା“ ସମାନ ନୁହେଁ। ଲିଙ୍ଗଭେଦ, ବୟସ ଏବଂ ସ୍ବାସ୍ଥ୍ୟାବସ୍ଥା ଅନୁସାରେ ଏହା ଅଲଗା ଅଲଗା ହୋଇଥାଏ। ପୁନଶ୍ଚ ଏହା ମଧ୍ୟ ଦିନର ବିଭିନ୍ନ ସମୟ, ଶରୀରର କେଉଁ ସ୍ଥାନରୁ ତାହା ମପାଯାଉଛି, ସଚେତନତା ଏବଂ ଭାବପ୍ରବଣତା ଉପରେ ନିର୍ଭରଶୀଳ। ସେଥିପାଇଁ ଏହା ସକାଳେ ସବୁଠାରୁ କମ୍‌, ଦିନରେ କମ୍‌ ଏବଂ ରାତିରେ ବେଶି ହେଲାବେଳେ ପାଟିରେ, କାଖତଳେ କିମ୍ବା ମଳଦ୍ୱାରରେ ମାପିଲେ ଏହା ଭିନ୍ନ ଭିନ୍ନ ହେବାର ଦେଖାଯାଏ। ସେହିପରି ଚେଇଁଥିବା, ଶୋଇଥିବା କିମ୍ବା ନିଶା ଔଷଧ ଖାଇ ଘୁମାଉଥିବା ଅବସ୍ଥା ଏବଂ ରାଗ ବା ମାନସିକଚାପ ଅବସ୍ଥାରେ ମଧ୍ୟ ଏଥିରେ ବେଶ୍‌ ତାରତମ୍ୟ ଦେଖାଯାଏ। ଅନ୍ୟପକ୍ଷରେ ଶାରୀରିକଶ୍ରମ, ଖାଦ୍ୟର ପ୍ରକାରଭେଦ, ମଦ୍ୟପାନ, ଧୂମପାନ ଇତ୍ୟାଦିର ଏହା ଉପରେ ପ୍ରଭାବ ରହିଛି।
ସାଧାରଣତଃ ଶିଶୁମାନଙ୍କ ଶରୀରର ହାରାହାରି ତାପମାତ୍ରା ଅଧିକ। ଅନ୍ୟପକ୍ଷରେ, ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ କମ୍‌। ପୁନଶ୍ଚ ଏହା କେତେକ ଜୀବରସ ବା ହରମୋନ୍‌ ପ୍ରତି ସମ୍ବେଦନଶୀଳ। ଉଦାହରଣସ୍ବରୂପ, ନାରୀମାନଙ୍କ ଋତୁଚକ୍ର କାଳରେ ଡିମ୍ବୋଦୟ ପରେ ଏଷ୍ଟ୍ରୋଜେନ୍‌ ହ୍ରାସ ଏବଂ ପ୍ରୋଜେଷ୍ଟେରୋନ୍‌ ବୃଦ୍ଧି ହେଲେ ସେମାନଙ୍କ ଶରୀରର ତାପମାତ୍ରା ହଠାତ୍‌ ବଢ଼ିଯାଏ। ତେଣୁ ଏ ସମସ୍ତ କଥା ବିଚାରକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷତଃ ଶରୀରର ”ସାଧାରଣ ତାପମାତ୍ରା“ ୯୭.୭ ଏବଂ ୯୯.୫ ଡିଗ୍ରୀ ଫାରେନ୍‌ହିଟ୍‌ ମଧ୍ୟରେ ବୋଲି ମନେ କରାଯାଏ। ଏଥିରୁ ଅଧିକ ହେଲେ ତାହା ହେଲା ଜ୍ୱର ଅବସ୍ଥା। କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥା ଦ୍ୱାରା ଶରୀରର ତାପମାତ୍ରା ଏହି ସୀମା ମଧ୍ୟରେ ତାପନିୟମନ ମାଧ୍ୟମରେ ନିୟନ୍ତ୍ରଣ ହୁଏ।
ଊନବିଂଶ ଶତାବ୍ଦୀରେ ”ରକ୍ତର ତାପ“ ବୋଲି କୁହାଯାଉଥିବା ଶରୀରର ହାରାହାରି ”ସାଧାରଣ ତାପମାତ୍ରା“ ୯୮ ଡିଗ୍ରୀ ଫାରେନ୍‌ହିଟ୍‌ ବୋଲି ବିଭିନ୍ନ ପୁସ୍ତକରେ ସୂଚିତ କରାଯାଇଥିଲା। ତା’ପରେ ୧୯୬୮ ମସିହାରେ ଜର୍ମାନ୍‌ ଡାକ୍ତର କାର୍ଲ ରେଇନ୍‌ହୋଲଡ୍‌ ଅଗଷ୍ଟ ଓ୍ବଣ୍ଡରଲିନ୍‌ ଏହା ୯୮.୬ ଡିଗ୍ରୀ ଫାରେନ୍‌ହିଟ୍‌ ବୋଲି ନିର୍ଦ୍ଧାରଣ କଲେ ଏବଂ ତାଙ୍କ ପୁସ୍ତକରେ ଏହାକୁ ମାନକ ରୂପେ ସୂଚିତ କଲେ। ସାରା ଦୁନିଆରେ ଚିକିତ୍ସା କ୍ଷେତ୍ରରେ ଏହା ଗୃହୀତ ହେଲା, ଯାହା କି ଏ ପର୍ଯ୍ୟନ୍ତ ଚଳିଆସିଛି। ତେବେ, ସେ ସମୟରୁ ଆଜି ମଧ୍ୟରେ ଶରୀରର ତାପମାତ୍ରା କ୍ରମଶଃ ହ୍ରାସ ପାଇ ଚାଲିଥିବାର ଏବେ ଜଣାପଡ଼ିଛି।
ବିଭିନ୍ନ ସମୟରେ ତିନୋଟି ବଡ଼ ବଡ଼ ସର୍ବେକ୍ଷଣର ଫଳାଫଳ ବିଚାରକୁ ନେଇ ବୈଜ୍ଞାନିକମାନେ ଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ତହିଁରୁ ପ୍ରଥମଟି ଏକ ପୁରାତନ ଦସ୍ତାବିଜ୍‌। ତାହା କରାଯାଇଥିଲା ୧୮୬୨ରୁ ୧୯୩୦ ମସିହା ମଧ୍ୟରେ ଏବଂ ଏଥିରେ ୨୩,୭୧୦ ଜଣଙ୍କର ଶରୀରର ତାପମାତ୍ରା ମପାଯାଇଥିଲା। ତତ୍ପରେ ତାହା ହୋଇଥିଲା ୧୯୭୧ରୁ ୧୯୭୫ ଏବଂ ୨୦୦୭ ରୁ ୨୦୧୭ ମସିହା ମଧ୍ୟରେ। ତହିଁରେ ଯଥାକ୍ରମେ ୧୫,୩୦୧ ଏବଂ ୧,୫୦,୨୦୦ ଲୋକଙ୍କୁ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା। ଏହି ପର୍ଯ୍ୟବେକ୍ଷଣ ଅନୁସାରେ ୨୦୦୦ ମସିହା ପରେ ଜନ୍ମ ହୋଇଥିବା ପୁରୁଷମାନଙ୍କ ଶରୀରର ହାରାହାରି ତାପମାତ୍ରା ୧୮୦୦ରୁ ୧୯୦୦ ମସିହା ମଧ୍ୟରେ ଜନ୍ମ ହୋଇଥିବା ପୁରୁଷଙ୍କଠାରୁ ୧.୦୬ ଡିଗ୍ରୀ ଫାରେନ୍‌ହିଟ୍‌ କମ୍‌। ନାରୀମାନଙ୍କ କ୍ଷେତ୍ରରେ ଏହା ୦.୫୮ ଡିଗ୍ରୀ ଫାରେନ୍‌ହିଟ୍‌।
ଏହାର କାରଣ ଏବେସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ ସ୍ଥିର ହୋଇପାରି ନାହିଁ। ତେବେ, ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଭେଷଜବିଜ୍ଞାନ ପ୍ରଫେସର ଡାକ୍ତର ଜୁଲି ପାରସୋନେଟ୍‌ଙ୍କ ସମେତ ଅନେକ ବୈଜ୍ଞାନିକଙ୍କ ମତ ଯେ, ଆମ ଆଧୁନିକ ଜୀବନଶୈଳୀ ଚୟାପୟନ ହାରକୁ ମନ୍ଥର କରିବାର ସମ୍ଭବତଃ ଏହାର ପ୍ରଧାନ କାରଣ। ଆମେରିକୀୟ ଗବେଷଣା ପତ୍ରିକା ”ଓ୍ବିରେଡ୍‌“ର ଜାନୁୟାରୀ ୨୦୨୦ ସଂଖ୍ୟାରେ ସେମାନଙ୍କ ଦ୍ୱାରା ପ୍ରକାଶିତ ଏକ ନିବନ୍ଧରେ ସୂଚିତ କରାଯାଇଛି ଯେ, ଆମେ ବିଗତ ଶତାବ୍ଦୀଗୁଡ଼ିକରେ ଶାରୀରିକ କ୍ରିୟାକଳାପ ଦୃଷ୍ଟିରୁ ଯାହା ଥିଲୁ ବର୍ତ୍ତମାନ ତହିଁରୁ ବେଶ୍‌ ଅଲଗା। ଆମେ ବାସ କରୁଥିବା ପରିବେଶ, ବିବିଧ ସୂକ୍ଷ୍ମଜୀବଙ୍କ ସହିତ ଆମର ସଂସ୍ପର୍ଶ, ଆମ ଖାଦ୍ୟାଭ୍ୟାସ ଇତ୍ୟାଦି ସେ ସମୟଠାରୁ ଅନେକ ବଦଳିଯାଇଛି। ଏଣୁ ଆମେ ମଧ୍ୟ ବଦଳିଚାଲିଛୁ। ଅର୍ଥାତ୍‌ ଯଦିଓ ଆମେ ନିଜକୁ ଅପରିବର୍ତ୍ତନୀୟ ବୋଲି ଭାବୁଛୁ, ତେବେ ପ୍ରକୃତରେ ଆମ ପ୍ରଜାତିର ବିବର୍ତ୍ତନରେ ଅନ୍ତ ଆସିନାହିଁ। ତାହା ଚାଲିଛି ଏବଂ ଆମେ ବଦଳି ଚାଲିଛୁ। ଆମ ଶରୀରର ”ସାଧାରଣ ତାପମାତ୍ରାରେ ପରିବର୍ତ୍ତନ ଏହାର ଏକ ସୂଚନା।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ,
୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri