ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏକ୍ସ ଓ୍ବାଇଫ୍‌

ମୁମ୍ବାଇ: ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ପାଦ ରଖିଥିବା ହ୍ରିତିକ୍‌ ରୋଶନ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ଜଗତରୁ ଆରମ୍ଭ କରି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲଗିଛି। ଟୁଇଟରରେ ହ୍ରିତିକ୍‌ଙ୍କ ଜନ୍ମଦିନ ଅବସରରେ #HrithikRoshan, #HappyBirthdayHrithikRoshan ଟ୍ରେଣ୍ଡ କରୁଛି। ଇତିମଧ୍ୟରେ ତାଙ୍କ ଏକ୍ସ ଓ୍ବାଇଫ୍‌ ସୁଜୈନ ଖାଁ ମଧ୍ୟ ଏକ ସୁନ୍ଦର ଭିଡିଓ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପୁଅ ରିହାନ ଓ ରିଦାନଙ୍କ ସହ ହ୍ରିତିକ୍‌ଙ୍କ ଏକ ଭିଡିଓ ସେ ଶେୟାର କରିଛନ୍ତି। ଏହି ଭିଡିଓକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଏକଦା ସୁଜୈନ ଓ ହ୍ରିତିକ୍‌ଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଦୀର୍ଘ୧୩ ବର୍ଷ ଧରି ଏକାଠି ରହିବା ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ ଅଲଗା ହେବା ପରେ ବି ବହୁଥର ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ନିକଟରେ ଦୁହେଁ ପରିବାର ଓ ପିଲାଙ୍କ ସହ ଛୁଟି କାଟିବାକୁ ସୁଇଜରଲାଣ୍ଡ ଯାଇଥିଲେ। ସେଠାକାର କିଛି ଫଟୋ ଓ ଭିଡିଓକୁ ହ୍ରିତିକ ଶେୟାର କରିଥିବା ଦେଖିବାକୁ ମିଳିଥିଲା।

Share