ହ୍ରିତିକ୍‌ଙ୍କ ‘ସୁପର-୩୦’କୁ ୯ ଥର ଦେଖିଲେଣି ମା’ ପିଙ୍କି

ବମ୍ବେ: ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୁପର ୩୦’କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ହିଟ୍‌ ହେବା ସହ ହ୍ରିତିକ୍‌ଙ୍କ ଅଭିନୟ ସମସ୍ତଙ୍କ ମନକୁ କିଣିଥିଲା। ଏବେ ତାଙ୍କ ମା’ ପିଙ୍କି ରୋଶନ ମଧ୍ୟ ଫିଲ୍ମକୁ ୯ ଥର ଦେଖି ସାରିଥିବା ଜଣାପଡ଼ିଛି। ନିଜେ ହ୍ରିତିକ୍‌ ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। କାହାଣୀ ତାଙ୍କୁ ଅନୁପ୍ରାଣିତ କରିଥିବାରୁ ସେ ଏହାକୁ ବାରମ୍ବାର ଦେଖୁଛନ୍ତି, ଯାହାକି ହ୍ରିତିକ୍‌ଙ୍କ ପାଇଁ ବଡ଼ ସଫଳତା ବୋଲି ସେ କହିଛନ୍ତି।

ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆନନ୍ଦ କୁମାରଙ୍କ ‘ସୁପର-୩୦’ କୋଚିଂ ସେଣ୍ଟର ବିଷୟରେ ଦେଖାଯାଇଛି। ଗରିବ ପିଲାଙ୍କୁ ଆଇଆଇଟି ପାସ୍‌ କରିବା ପାଇଁ ସେ କରିଥିବା ନିଚ୍ଛକ ପ୍ରୟାସକୁ ଏଥିରେ ଦେଖିବାକୁ ମିଳୁଛି।

Share