ହ୍ରିତିକ୍‌-ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ପସନ୍ଦ କରନ୍ତିନି ରାକେଶ ରୋଶନ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ- ହ୍ରିତିକ୍‌ ରୋଶନ୍‌ ‘ଧୂମ-୩’ ଏବଂ ‘ଯୋଦ୍ଧା ଆକ୍‌ବର’ରେ ଏକାଠି ଅଭିନୟ କରିଥିଲେ। ଫିଲ୍ମ ଦୁଇଟିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ ମଧ୍ୟ ହ୍ରିତିକ୍‌ଙ୍କ ପିତା ରାକେଶ ରୋଶନ ଏହି ଯୋଡ଼ିଙ୍କୁ ପସନ୍ଦ କରନ୍ତି ନାହିଁ। ରାକେଶ ଏହି କଥା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଫିଲ୍ମ କାଷ୍ଟିଂରେ ନିଅନ୍ତି ନାହିଁ। କାରଣ ଐଶ୍ୱର୍ଯ୍ୟା ତାଙ୍କ ପୁଅଠାରୁ ବହୁତ ବଡ଼ ଦେଖାଯାନ୍ତି।

ରାକେଶଙ୍କ ଏହି କଥାର କଡ଼ା ଜବାବ ରଖିଛନ୍ତି ଐଶ୍ୱର୍ଯ୍ୟା। ସେ କହିଛନ୍ତି, ରାକେଶ ତାଙ୍କ ହୋମ୍‌ ପ୍ରଡକ୍ସନରେ ନିର୍ମିତ ସମସ୍ତ ଫିଲ୍ମର ଅଫର କେବଳ ତାଙ୍କୁ ହିଁ ଦେଇଥାନ୍ତି। ଏଣୁ ରାକେଶଙ୍କ ଏଭଳି ମନ୍ତବ୍ୟ ଶୋଭାପାଏନି ବୋଲି ଐଶ୍ୱର୍ଯ୍ୟା କହିଛନ୍ତି।

Share