ହ୍ରିତିକ୍‌- ଜନ୍‌ଙ୍କ ପରେ ଏବେ ଫରହାନ୍‌ଙ୍କ ସହ କାମ କରିବେ ମୃଣାଳ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏବେ ହାତୀ ସୁନା କଳସ ଢାଳିବା ପରି ଅବସ୍ଥା। ଚଳିତ ବର୍ଷ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ଼ ଫିଲ୍ମ। ‘ସୁପର ୩୦’ରେ ହ୍ରିତିକ୍‌୍‌ଙ୍କ ବିପକ୍ଷରେ ତାଙ୍କ ଅଭିନୟକୁ ନେଇ ସେ ବେଶ ପ୍ରଶଂସିତ ହୋଇତିଲେ। ଏହା ପରେ ତାଙ୍କୁ ଜନ୍‌ ଆବ୍ରାହମଙ୍କ ସହ ଫିଲ୍ମ ‘ବାଟଲା ହାଉସ୍‌’ରେ ସେ କାମ କରିଛନ୍ତି। ଏବେ ସେ ଫରହାନ୍‌ ଅଖ୍‌ତରଙ୍କ ସହ ଫିଲ୍ମ ‘ତୁଫାନ୍‌’ରେ କାମ କରିବେ ବୋଲି ଜଣାପଡ଼ିଛି। ତେବେ ଏତେ କମ୍‌ ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ବାହାରର ଜଣେ ନବାଗତାଙ୍କ ପାଇଁ ଏପରି ସଫଳତା କିଛି କମ୍‌ ନୁହେଁ।

ମୃଣାଳ ‘ଲଭ୍‌ ସୋନିଆ’ରୁ ନିଜର ଡେବ୍ୟୁ କରିଥିଲେ। ହେଲେ ଅନେକେ ତାଙ୍କୁ ଏଭଳି ଫିଲ୍ମରୁ ଡେବ୍ୟୁ କରିବାକୁ ନେଇ ସମାଲୋଚନା କରିଥିଲେ। ହେଲେ ସୁପର ୩୦ ଏବଂ ବାଟଲା ହାଉସ୍‌ରେ ପ୍ରମୁଖ ଭୂମିକା ତୁଲାଇବା ତାଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି।

‘ତୁଫାନ୍‌’ରେ ଫରହାନ୍‌ଙ୍କୁ ଜଣେ ବକ୍ସର ଭାବେ ଦେଖିବାକୁ ମିଳିବ। କିଛି ଦିନ ତଳେ ଏହାର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାକେଶ ଓମ୍‌ ପ୍ରକାଶ ମେହେରା। ଏଥିରେ ମୃଣାଳଙ୍କ ବ୍ୟତିତ ପରେଶ ରାଓ୍ବଲ, ଇଶା ତଲଓ୍ବାର ଏବଂ ସୁପ୍ରିୟା ପାଠକ ପ୍ରମୁଖ ଭୂମିକାରେ ନଜର ଆସିବେ।

Share