ହ୍ରିତିକ୍‌-ଟାଇଗରଙ୍କ ‘ଓ୍ବାର୍‌’ ହେବ ବ୍ଲକବଷ୍ଟର୍‌ !

ମୁମ୍ବାଇ: ଅକ୍ଟୋବର ୨ରେ ପରଦାକୁ ଆସିବ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓ୍ବାର’। ଏହା ଏକ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ପ୍ରଥମେ ଟ୍ରେଲର ଆଉ ଏବେ ୟୁଏଇରୁ ମିଳିଥିବା ପ୍ରଥମ ରିଭ୍ୟୁକୁ ନେଇ ଏପରି କିଛି ଆଶା କରାଯାଉଛି।

ଓ୍ବାରକୁ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଦାର୍ଥ ଆନନ୍ଦ। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିତ୍ୟ ଚୋପ୍ରା। ନାୟିକା ସାଜିଛନ୍ତି ବାଣୀ କପୁର। ବାଣୀଙ୍କ ସହ ଉଭୟ ନାୟକଙ୍କ ନୃତ୍ୟ ଏବଂ ଆକ୍ସନ ଫିଲ୍ମକୁ ମଜାଦାର କରୁଥିବା ୟୁଏଇ ପ୍ରଶଂସକମାନେ ମତ ରଖିଛନ୍ତି। ରିଲିଜ ପୂର୍ବରୁ ଏହାର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନର ଶୋ’ ପାଇଁ ୭.୧୦ କୋଟି ଟିକେଟ ବିକ୍ରି ହୋଇସାରିଛି। ଅପରପକ୍ଷେ ଛୁଟି ଦିନରେ ରିଲିଜ ହେଉଥିବାରୁ ଏହା ଭଲ ବ୍ୟବସାୟରୁ ଓପନିଂ ଆରମ୍ଭ କରିବ ବୋଲି ନିର୍ମାତାମାନେ ଆଶା କରୁଛନ୍ତି।

Share