ହ୍ରିତିକ-ଅମିଷା: ୯୨ ପୁରସ୍କାର

ହ୍ରିତିକ ରୋଶନଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘କହୋ ନା ପ୍ୟାର୍‌ ହୈ’। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସୁପର ହିଟ୍‌ ହେବା ସହ ହ୍ରିତିକଙ୍କୁ ରାତାରାତି ନାୟକ ଦୌଡ଼ରେ ସାମିଲ କରିଥିଲା। କେବଳ ସେତିକି ନୁହେଁ, ଏହି ଫିଲ୍ମକୁ ସେତେବେଳେ ଯେତିକି ପୁରସ୍କାର ମିଳିଥିଲା ତାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ପ୍ରକଟ କରିବେ। ‘କହୋ ନା ପ୍ୟାର ହୈ’ ସେହି ବର୍ଷ ମୋଟ ୯୨ଟି ପୁରସ୍କାର ମିଳିଥିଲା, ଯାହା ଥିଲା ଏକ ରେକର୍ଡ। ସେଥିପାଇଁ ଏହି ଫିଲ୍ମକୁ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିରେ ହ୍ରିତିକଙ୍କ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ନବାଗତା ଅମିଷା ପଟେଲ।

Share