ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିଛି। ସୋମବାର ୟଶରାଜଙ୍କ ଅପ୍‌ କମିଂ ଫିଲ୍ମ ‘ଓ୍ବାର’ର ଟିଜର ରିଲିଜ ହୋଇଛି। ଏଥିରେ ହ୍ରିତିକ ଓ ଟାଇଗର ଏକାଠି ସ୍କ୍ରିନ୍‌ ଶେୟାର କରିଛନ୍ତି। ଏହି ଆକ୍ସନ ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ତୁଲାଇଥିବା ବେଳେ ଏଥିରେ ସେମାନଙ୍କର ହଲିଉଡ୍‌ ଷ୍ଟାଇଲ୍‌ରେ ଆକ୍ସନ ଦେଖିବାକୁ ମିଳିଛି। ଏହି ଟିଜର ୫୨ ସେକେଣ୍ଡର ହୋଇଥିବା ବେଳେ ରିଲିଜ୍‌ ହେବାର କିଛି ସମୟ ପରେ ହିଁ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହି ଫିଲ୍ମରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଛି। ଓ୍ବାର ଫିଲ୍ମରେ ବାଣୀ କପୁର ନଜର ଆସିବାକୁ ଥିବା ବେଳେ ଏହା ଅକ୍ଟୋବର ୨କୁ ପରଦାକୁ ଆସିବ। ଟିଜରକୁ ଦେଖିସାରିବା ପରେ ଦର୍ଶକ ଏବେ ଟ୍ରେଲରର ଅପେକ୍ଷାରେ ରହିଛନ୍ତି।

Share