Categories: ଖେଳ

ହ୍ୟାକ୍‌ ହେଲା ଅଲିମ୍ପିକ୍ସ, ଆଇଓସି ଆକାଉଣ୍ଟ

ଟୋକିଓ,୧୬।୨- ଅଲିମ୍ପିକ୍ସ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି। ଏଥିଯୋଗୁ ଆକାଉଣ୍ଟକୁ ସାମୟିକ ଭାବେ ଲକ୍‌ କରିଦିଆଯାଇଛି। ଏ ନେଇ ଟୁଇଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। ତୃତୀୟ ପ୍ଲାଟଫର୍ମ ଦ୍ୱାରା ହ୍ୟାକ ହୋଇଥିବା ସୋସିଆଲ ମିଡିଆର ପ୍ରବକ୍ତା ଇମେଲ ଜରିଆରେ କହିଛନ୍ତି। କିନ୍ତୁ ଅଧିକ ତଥ୍ୟ ଦିଆଯାଇନାହିଁ। ଆମେ ଏ ସମ୍ପର୍କରେ ଜାଣିବା ପରେ ଦୁଇ ଆକାଉଣ୍ଟକୁ ଲକ୍‌ କରି ଦେଇଛୁ। ହ୍ୟାକରଙ୍କଠାରୁ ମୁକ୍ତ କରିବା ପାଇଁ ଆମେ ପ୍ରୟାସ କରୁଛୁ ବୋଲି ଟୁଇଟର ପ୍ରବକ୍ତା କହିଛନ୍ତି। ଏ ଘଟଣା ସମ୍ପର୍କରେ ଆଇଓସି ତଦନ୍ତ ଜାରି ରଖିଛି। ଲୋକପ୍ରିୟ ସ୍ପାନିଶ ଫୁଟବଲ କ୍ଲବ ଏଫ୍‌ସି ବାର୍ସିଲୋନା ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛି। ବାର୍ସିଲୋନା ଦଳ ସାଇବର ସିକୁରିଟି ଓ ସମସ୍ତ ପ୍ରୋଟୋକଲ୍ସ ଲିଙ୍କ୍ସ ଯାଞ୍ଚ କରୁଛି। ଗତମାସରେ ଆମେରିକାର ଜାତୀୟ ଫୁଟବଲ କ୍ଲବ (ଏନ୍‌ଏଫ୍‌ଏଲ) ଦଳର ମଧ୍ୟ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା ।

Share