Categories: ବାଣିଜ୍ୟ

ହ୍ୟାକ୍‌ ହୋଇଛି ୨୭.୫ କୋଟି ଭାରତୀୟ ଡାଟା: ରିପୋର୍ଟ

ନୂଆଦିଲ୍ଲୀ,୧୨-୫: ଭାରତୀୟଙ୍କ ଡାଟା ଚୋରି ନେଇ ସିକ୍ୟୁରିଟି ରିସର୍ଚ୍ଚର ଡିସ୍‌କଭରୀ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, ପ୍ରାୟ ୨ ସପ୍ତାହ ହେବ ୨୭.୫ କୋଟି ଭାରତୀୟଙ୍କ ଡାଟା ଅସୁରକ୍ଷିତ ଭାବେ ରହିଥିଲା। ପରେ ଏହାକୁ ହ୍ୟାକର୍ସ ଗ୍ରୁପ୍‌ ହ୍ୟାକ୍‌ କରି ନେଇଛି।

ଡିସ୍‌କଭରୀର ସିକ୍ୟୁରିଟି ବବ୍‌ ଡିୟାଚେଙ୍କୋ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ମଙ୍ଗୋଡିବି ଡାଟାବେସ୍‌ ଆମାଜନ ଏଡବ୍ଲ୍ୟୁଏସ୍‌ରେ ଉପଲବ୍ଧ ଥିଲା, ଯାହା କି ସାର୍ବଜନୀନ ଭାବେ ଯେ କେହି ହାସଲ କରିପାରିବ। ମଙ୍ଗୋଡିବି ଡାଟାବେସ୍‌ରେ ୨୭,୫୨,୬୫,୨୯୮ଜଣ ଭାରତୀୟଙ୍କ ଡାଟା ମେ ପହିଲାରୁ ଅସୁରକ୍ଷିତ ଭାବେ ରହିଥିଲା। ଏହି ରେକର୍ଡରେ ଭାରତୀୟଙ୍କ ବ୍ୟକ୍ତିଗତ ପରିଚୟ ସଂକ୍ରାନ୍ତ ତଥ୍ୟ ଅସୁରକ୍ଷିତ ଭାବେ ରହିଥିଲା। ଏଥିରେ ୟୁଜରଙ୍କ ନାମ, ଇ-ମେଲ ଆଡ୍ରେସ୍‌, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ଅତିରିକ୍ତ ଯୋଗ୍ୟତା,ପେସାଦାର ଦକ୍ଷତା, କାର୍ଯ୍ୟକାରୀ କ୍ଷେତ୍ର, ମୋବାଇଲ ନମ୍ବର, ନିଯୁକ୍ତି ସଂକ୍ରାନ୍ତ ଇତିହାସ, ବର୍ତ୍ତମାନର ନିୁଯୁକ୍ତିଦାତା, ଜନ୍ମ ତାରିଖ ଏବଂ ବର୍ତ୍ତମାନ ମିଳୁଥିବା ଦରମା ଆଦି ବ୍ୟକ୍ତିଗତ ତଥ୍ୟକୁ ସୋଡ଼ାନ ଜରିଆରେ ଯେ କେହି ହାସଲ କରିପାରିବ। ଡିୟାଚେଙ୍କୋ କହିଛନ୍ତି ଯେ,  ସେ ଏସମ୍ପର୍କରେ ମେ ପହିଲାରେ ହିଁ ସିଇଆର୍‌ଟି ଦଳକୁ ଜଣାଇ ଦେଇଥିଲେ। ଏହାସତ୍ତ୍ୱେ ଏହି ଡାଟାବେସ୍‌ ମେ ୮ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିଲା। ଏହି ସମୟରେ ହ୍ୟାକର୍ସମାନେ ଏହି ଡାଟାକୁ ଉଡ଼ାଇ ଦେଇଥିଲେ ଏବଂ ଏକ କୋଡ୍‌ ଯୁକ୍ତ ମେସେଜ୍‌ ଛାଡିଥିଲେ।

Share