Categories: ଫୁରସତ

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ ବି ଯାଦୁ ଝାଡୁରେ ଡାହାଣୀ ବସି ଉଡୁଥିବାର ବର୍ଣ୍ଣନା କରାଯାଇଥାଏ। ତେବେ ଯଦି ବାସ୍ତବରେ ସେମିତି ଝାଡୁ ମିଳି ଯାଆନ୍ତା କେତେ ମଜା ହୁଅନ୍ତା ଭାବିଲେ। ଟୋୟୋଟା କମ୍ପାନୀ ଆଣିଛି ସେମିତି ଏକ ଝାଡୁ, ଯାହାର ନାଁ ‘ଇ-ବ୍ରୁମ୍‌’। ଏହା ଏବେ ଉଡିବା ସକ୍ଷମ ହୋଇପାରି ନ ଥିଲେ ହେଁ, ଏହା ଉପରେ ବସି ଭୂମିରେ ଦ୍ରୁତ ବେଗରେ ବାଇକ୍‌ ଭଳି ଗଡି ଗଡି ଯାଇପାରିବେ। ତେବେ ଏଥିପାଇଁ ଆପଣଙ୍କୁ ଗୋଡରେ ରୋଲର୍‌ ସ୍କେଟସ୍‌ ଲଗାଇବାକୁ ହେବ। ଉକ୍ତ ଝାଡୁରେ ଇଲେକ୍ଟ୍ରିକାଲ ମୋଟର ଓ ତଳଭାଗରେ ଚକ ଲାଗିଥାଏ। ଯଦିଓ ଏହା ଉଡିବାର ମଜା ଦେଇପାରିବନି, କିନ୍ତୁ ଆଗାମୀ ଦିନରେ ଏହି ସୁବିଧା ଉପଲବ୍ଧ କରାଯାଇପାରେ ବୋଲି କମ୍ପାନୀ ସୂଚନା ଦେଇଛି।

Share