ୟଶ୍‌ଓ୍ବନ୍ତ ସିହ୍ନା ଅଟକ

ନୂଆଦିଲ୍ଲୀ,୧୯।୫: ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ବିରୋଧ କରି ଦିଲ୍ଲୀର ରାଜଘାଟଠାରେ ଧାରଣା ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନାଙ୍କୁ ପୋଲିସ ସୋମବାର ଅଟକ ରଖିଛି। ଏହି ଶ୍ରମିକମାନଙ୍କୁ ସେମାନଙ୍କ ଘରେ ଛାଡ଼ିବା ଲାଗି ସଶସ୍ତ୍ର ସେନାକର୍ମୀଙ୍କୁ ନିୟୋଜିତ କରିବା ଦାବିରେ ସେ ଧାରଣ ଦେଇଥିଲେ। ସିହ୍ନାଙ୍କ ସହ ଏଏପି ନେତା ସଞ୍ଜୟ ସିଂ, ଦିଲୀପ ପାଣ୍ଡେ ଧାରଣାରେ ଯୋଗଦେଇ ପ୍ରବାସୀ ଶ୍ରମିକଙ୍କ ଲାଗି ସୁବ୍ୟବସ୍ଥା କରି ସେମାନଙ୍କ ଘରେ ଛାଡ଼ିବାର ସୁବିଧା କରିବାକୁ ଦାବି କରିଥିଲେ। ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

Share