Categories: ବାଣିଜ୍ୟ

ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ ୬୭.୫୫ କୋଟି ଟଙ୍କାର ବକେୟା ଋଣ ରହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ନିକଟରେ ୧୦୦ କୋଟି ଟଙ୍କାର କ୍ରେଡିଟ ଲିମିଟ ଥିଲା, ଯାହାର ୬୭ କୋଟି ଟଙ୍କାରୁ ଅଧିକ ସୁଧ ବାକି ଥିଲା। ଏହି ଋଣକୁ ୨୦୧୩ରେ ଏନ୍‌ପିଏ ଘୋଷଣା କରାଯାଇଥିଲା। ନିୟମ ଅନୁଯାୟୀ, ଜଣେ ପ୍ରମୋଟରଙ୍କୁ କୌଣସି ଋଣ ମାମଲାରେ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରାଗଲେ, ତାଙ୍କର ବର୍ତ୍ତମାନର କମ୍ପାନୀ ସହ ସେ ଯେଉଁ କମ୍ପାନୀରେ ଡାଇରେକ୍ଟର ରହିଥିବେ, ତାକୁ ମଧ୍ୟ କୌଣସି ବ୍ୟାଙ୍କ ଋଣ ଦେବ ନାହିଁ। ବିର୍ଲା ସୂର଼୍ୟା ଲିମିଟେଡରେ ଯଶ୍‌ ବିର୍ଲା ଡାଇରେକ୍ଟର ରହିଛନତ୍‌ି। ସେ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ଗ୍ରୁପ୍‌ ନିକଟରେ ଏକ ଡଜନରୁ ଅଧିକ କମ୍ପାନୀ ରହିଛି। ଯେଉଁଥିରେ, ଜେନିଥ ଷ୍ଟିଲ୍‌, ବିର୍ଲା ପାଓ୍ବାର, ବିର୍ଲା ଲାଇଫଷ୍ଟାଇଲ ଏବଂ ଶ୍ଲୋକା ଇନ୍‌ଫୋଟେକ୍‌ ଭଳି କମ୍ପାନୀ ସାମିଲ ରହିଛି। ଅଧିକାଂଶ କମ୍ପାନୀ ଏବେ କ୍ଷତିରେ ଚାଲୁଛି ଏବଂ ସେମାନେ ଋଣ ପରିଶୋଧ ସ୍ଥିତିରେ ନାହାନ୍ତି। ଗତବର୍ଷ ଗ୍ରୁପ୍‌ର ୩ କମ୍ପାନୀ ବିର୍ଲା କୋଟସିନ୍‌, ବିର୍ଲା ଶ୍ଲୋକା ଏଜୁଟେକ୍‌ ଏବଂ ଜେନିଥ ବିର୍ଲା ବିରୋଧରେ ଅର୍ଥ ତୋଷରପାତ ଭଳି ଅଭିଯୋଗର ଯାଞ୍ଚ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ, କୋଲକାତାସ୍ଥିତ ୟୁକୋ ବ୍ୟାଙ୍କକୁ ୟଶ୍‌ଙ୍କ ପିତାମହ ଘନଶ୍ୟାମ ଦାସ ବିର୍ଲା ୧୯୪୩ରେ ପ୍ରତିଷ୍ଠା କରିଥିଲେ। ସେ ଯଶୋବର୍ଦ୍ଧନଙ୍କ ପିତାମହ ରାମେଶ୍ୱର ଦାସ ବିର୍ଲାଙ୍କ ଭାଇଥିଲେ। ମାତାପିତାଙ୍କର ବେଙ୍ଗାଲୁରୁରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ୟଶ୍‌ ମାତ୍ର ୨୩ ବର୍ଷ ବୟସରେ ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀ ଦାୟିତ୍ୱ ନେଇଥିଲେ। ବହୁ ବର୍ଷ ପର୍ଯ୍ୟନ୍ତ ଗ୍ରୁପ୍‌ର ପରିଚାଳନା ପରାମର୍ଶଦାତାଙ୍କ ଦ୍ୱାରା ହେଉଥିଲା। ବିର୍ଲା ଶ୍ଲୋକା ଏଜୁଟେକ୍‌ ଅଧୀନରେ ଏହି ଗ୍ରୁପ୍‌ର ଅନେକ ଚାରିଟେବଲ ଟ୍ରଷ୍ଟ ରହିଛି। ୧୯୬୯ରେ କେନ୍ଦ୍ର ସରକାର ୟୁକୋ ବ୍ୟାଙ୍କକୁ ଅଧିଗ୍ରହଣ କରିଥିଲେ।

Share