ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି

ମୁମ୍ବାଇ: ବଲିଉଡ୍‌ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବିଶେଷ ଭାବେ ଏହି ଇଣ୍ଟରାକ୍ସନ ସମୟରେ ସେ କହିଛନ୍ତି ତାଙ୍କୁ କେମିତିକା ଜୀବନସାଥି ପସନ୍ଦ। ଯିଏ ଭଲ ରୋଷେଇ ଜାଣିଥିବେ ଓ ଭଲ ଆନନ୍ଦଦାୟକ କଥା କହିପାରୁଥିବେ ୟାମିଙ୍କୁ ସେମିତି ଜୀବନସାଥି ପସନ୍ଦ ବୋଲି ସେ କହିଛନ୍ତି। ୟାମିଙ୍କ ଜଣେ ପ୍ରଶଂସକଙ୍କ ଉତ୍ତରରେ ସେ ଏହା କହିଛନ୍ତି। ଏହାସହ ତାଙ୍କ ଜୀବନସାଥି ଜଣେ ଭଲ ହୃଦୟର ବ୍ୟକ୍ତି ହୋଇଥିବା ଜରୁରୀ ବୋଲି ୟାମି କହିଛନ୍ତି। କରୋନା ଭାଇରସ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ୟାମି ବର୍ତ୍ତମାନ କେମିତି ସମୟ କାଟୁଛନ୍ତି ତାହା ମଧ୍ୟ ସେ ଶେୟାର କରିଛନ୍ତି। ଘରେ ରହି ୟାମି ଯୋଗ କରିବା ସହ ରୋଷେଇ କରୁଛନ୍ତି, ପାଠ ପଢୁଛନ୍ତି, ଫିଲ୍ମ ଦେଖୁଛନ୍ତି ଓ ପରିବାର ଲୋକଙ୍କୁ ମନେ ପକାଉଛନ୍ତି ବୋଲି କହିଛନ୍ତି। ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ନେଇଥିବା ୟାମି ଗୌତମ ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବିକ୍କି ଡୋନର’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହା ପୂର୍ବରୁ ସେ ଚଣ୍ଡିଗଡ଼ରେ ଆଇନରେ ଡିଗ୍ରୀ କରିଛନ୍ତି। ଆଇଏଏସ୍‌ ହେବାକୁ ଚାହୁଁଥିବା ୟାମି ସମୟକ୍ରମେ ଅଭିନେତ୍ରୀ ହୋଇଯାଇଛନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

ସଲମାନଙ୍କ ହତ୍ୟା ଷଡଯନ୍ତ୍ର କରିଥିବା ଶାର୍ପ ସୁଟର ଗିରଫ, ବେଶ ବଦଳାଇ ହୋଟେଲରେ ଲୁଚିଥିଲେ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ପିସିଙ୍କ ସ୍ବାମୀ ନିକ୍‌ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍‌ ଛାଡ଼ି ଦୌଡ଼ିଲେ…

ଲଣ୍ଡନ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍‌ଷ୍ଟାର ନିକ୍‌ ଜୋନାସଙ୍କ ଜୀବନ ପ୍ରତି ବିପଦ। ନିକଟରେ ‘ଜୋନାସ୍‌ ବ୍ରଦର୍ସ’ଙ୍କର ଏକ କନ୍‌ସର୍ଟ...

ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ,୧୭।୧୦: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ...

ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…

ବମ୍ବେ: ଗତ କିଛିଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri