ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି

ମୁମ୍ବାଇ: ବଲିଉଡ୍‌ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବିଶେଷ ଭାବେ ଏହି ଇଣ୍ଟରାକ୍ସନ ସମୟରେ ସେ କହିଛନ୍ତି ତାଙ୍କୁ କେମିତିକା ଜୀବନସାଥି ପସନ୍ଦ। ଯିଏ ଭଲ ରୋଷେଇ ଜାଣିଥିବେ ଓ ଭଲ ଆନନ୍ଦଦାୟକ କଥା କହିପାରୁଥିବେ ୟାମିଙ୍କୁ ସେମିତି ଜୀବନସାଥି ପସନ୍ଦ ବୋଲି ସେ କହିଛନ୍ତି। ୟାମିଙ୍କ ଜଣେ ପ୍ରଶଂସକଙ୍କ ଉତ୍ତରରେ ସେ ଏହା କହିଛନ୍ତି। ଏହାସହ ତାଙ୍କ ଜୀବନସାଥି ଜଣେ ଭଲ ହୃଦୟର ବ୍ୟକ୍ତି ହୋଇଥିବା ଜରୁରୀ ବୋଲି ୟାମି କହିଛନ୍ତି। କରୋନା ଭାଇରସ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ୟାମି ବର୍ତ୍ତମାନ କେମିତି ସମୟ କାଟୁଛନ୍ତି ତାହା ମଧ୍ୟ ସେ ଶେୟାର କରିଛନ୍ତି। ଘରେ ରହି ୟାମି ଯୋଗ କରିବା ସହ ରୋଷେଇ କରୁଛନ୍ତି, ପାଠ ପଢୁଛନ୍ତି, ଫିଲ୍ମ ଦେଖୁଛନ୍ତି ଓ ପରିବାର ଲୋକଙ୍କୁ ମନେ ପକାଉଛନ୍ତି ବୋଲି କହିଛନ୍ତି। ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ନେଇଥିବା ୟାମି ଗୌତମ ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବିକ୍କି ଡୋନର’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହା ପୂର୍ବରୁ ସେ ଚଣ୍ଡିଗଡ଼ରେ ଆଇନରେ ଡିଗ୍ରୀ କରିଛନ୍ତି। ଆଇଏଏସ୍‌ ହେବାକୁ ଚାହୁଁଥିବା ୟାମି ସମୟକ୍ରମେ ଅଭିନେତ୍ରୀ ହୋଇଯାଇଛନ୍ତି ବୋଲି କୁହନ୍ତି।

Share