ୟୁଏଇରେ ଫସିଛନ୍ତି ୨୦୦ ଭାରତୀୟ ଶ୍ରମିକ

ଦୁବାଇ, ୧୧ା୯ (ପି.ଟି.): ପେଟ ଲାଗି ୟୁଏଇ ଯାଇ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ପ୍ରାୟ ୨୦୦ ଭାରତୀୟ ଏବେ ସେଠାରେ ଫସି ରହିଛନ୍ତି। ଦୀର୍ଘମାସ ହେବ ସେମାନଙ୍କୁ ଦରମା ଦିଆଯାଉ ନ ଥିବାରୁ ସେମାନେ ସ୍ବଦେଶ ଫେରିପାରୁ ନ ଥିବା ଜଣାପଡ଼ିଛି। କେବଳ ଭାରତୀୟ ନୁହନ୍ତି ବାଂଲାଦେଶ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ଫିଲିପାଇନ୍ସ ଓ ଇଜିପ୍ଟରୁ ସେଠାକୁ ଯାଇଥିବା ୩୦୦ରୁ ଊର୍ଦ୍ଧ୍ୱ ଲୋକ ଫସି ରହିଛନ୍ତି। ଅଲ୍‌ ଓ୍ବାସିତା ଏମିରେଟ୍ସ କ୍ୟାଟରିଂ ସର୍ଭିସେସ୍‌ରେ ଏମାନେ କାମ କରୁଛନ୍ତି। ମାନସିକ ସ୍ତରରେ ଏମାନେ ଦୁର୍ବଳ ହୋଇପଡ଼ି ଥିବାବେଳେ ଫେରିବା ଲାଗି ଭିଜା ଓ ବିମାନ ଟିକେଟ ଲାଗି ପଇସା ଏମାନଙ୍କ ପାଖରେ ନାହିଁ। ସେମାନଙ୍କ ସମସ୍ୟା ଖୁବ୍‌ଶୀଘ୍ର ଦୂର କରାଯିବ ବୋଲି ଆବୁଧାବିସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ ପୂଜା ଭର୍ନେକର କହିଛନ୍ତି।

Share