ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି

ଆବୁଧାବି,୨୪।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟଦ’ରେ ସମ୍ମାନୀତ କରିଛନ୍ତି। ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ୟୁଏଇରେ ପହଞ୍ଚିଛନ୍ତି। ଏହାପରେ ମୋଦି କହିଛନ୍ତି ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ସୁରକ୍ଷା, ଶାନ୍ତି ଓ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏହା ମୋର ସମ୍ମାନ ନୁହେଁ ୧.୩ ଅରବ ଭାରତୀୟଙ୍କ ସମ୍ମାନ ବୋଲି ସେ କହିଛନ୍ତି।

Share