Posted inଜାତୀୟ

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି। ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଉଦ୍ୟମ କରିଛି। କଶ୍ମୀର ସ୍ଥିତିକୁ ନେଇ ୟୁଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଏକ ଅନ୍ତର୍ଜାତୀୟ ତଦନ୍ତ କରାଯାଉ ବୋଲି ପାକିସ୍ତାନ ଦାବି କରିଛି। ଅନ୍ୟପକ୍ଷରେ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଭାରତର ସାର୍ବଭୌମ ନିଷ୍ପତ୍ତି ବୋଲି ଭାରତ ଜବାବ ରଖିଛି।
ଜେନେଭାରେ ମଙ୍ଗଳବାର ୟୁଏନ୍‌ଏଚ୍‌ଆର୍‌ସିର ୪୨ ତମ ଅଧିବେଶନ ବସିଛି। ଏଥିରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରି ସେଠାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ କିଛି ପଦକ୍ଷେପ ନେଇ ନ ଥିବାରୁ ୟୁଏନ୍‌ଏଚ୍‌ଆର୍‌ସି ଲଜ୍ଜିତ ହେବା ଅନୁଚିତ। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତାକୁ ଭାରତ ପ୍ରତ୍ୟାହାର କରିବା ପରେ ଉପତ୍ୟକାର ସ୍ଥିତିକୁ ନେଇ ବିଶ୍ୱ ମାନବାଧିକାର ପରିଷଦ ନିଃସ୍ପୃହ ରହିପାରିବ ନାହିଁ। କଶ୍ମୀରୀଙ୍କୁ ନ୍ୟାୟ ଓ ସମ୍ମାନ ପ୍ରଦାନ ପାଇଁ ମାନବାଧିକାର ପାଇଁ ଆମେ ଏହି ସଂସ୍ଥାର ଦ୍ୱାରସ୍ଥ ହୋଇଛୁ। ଭାରତୀୟ ସେନା ଉପତ୍ୟକାରେ ପେଲେଟ୍‌ ଗନ୍‌ ବ୍ୟବହାର ବନ୍ଦ କରିବା ସହ ସମସ୍ତ ପ୍ରକାର କଟକଣା ହଟାଇଦେଇ ଲୋକଙ୍କୁ ସେମାନଙ୍କ ସ୍ବାଧୀନତା ଦେଉ। ଏହାସହ ଅନ୍ତର୍ଜାତୀୟ ଆଇନାନୁସାରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରି ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ଓ ମାନବାଧିକାର ଚୁକ୍ତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରୁ। ଏଥି ସକାଶେ ୟୁଏନ୍‌ଏଚ୍‌ଆର୍‌ସି ଭାରତକୁ ପରାମର୍ଶ ଦେଉ। ମାନବାଧିକାର ସମ୍ପର୍କିତ ଜାତିସଂଘ ଉଚ୍ଚାୟୁକ୍ତଙ୍କ ସୁପାରିସ ଅନୁସାରେ କଶ୍ମୀର ସ୍ଥିତିର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯାଉ ବୋଲି କୁରେଶୀ ଦାବି କରିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଏକତରଫା ଓ ବେଆଇନ ନିଷ୍ପତ୍ତି ବୋଲି ସେ ଅଭିହିତ କରିଥିଲେ, ଯାହାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତର ବହିର୍ବ୍ୟାପାର ସଚିବ(ପୂର୍ବ) ବିଜୟ ଠାକୁର ସିଂ ପରିଷଦକୁ ସମ୍ବୋଧିତ କରି ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, ନିଜ ରାଜନୈତିକ କାର୍ଯ୍ୟସୂଚୀକୁ ଆଗକୁ ବଢ଼ାଇବା ପାଇଁ ମାନବାଧିକାର ଆଳରେ ୟୁଏନ୍‌ଏଚ୍‌ଆର୍‌ସିକୁ ବ୍ୟବହାର କରୁଥିବା ଦେଶଗୁଡ଼ିକୁ ଡାକି ଦାଗିଦ୍‌ କରାଯାଉ। ସେମାନେ ପ୍ରକୃତରେ ଅପରାଧୀ ହୋଇଥିବାବେଳେ ନିଜକୁ ପୀଡ଼ିତ ବୋଲି ଦେଖାଇହେଉଛନ୍ତି। ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତି ଭାରତର ସାର୍ବଭୌମ ଅଧିକାର। ସେହିପରି ମନ୍ତ୍ରଣାଳୟର ପ୍ରଥମ ସଚିବ ବିମର୍ଶ ଆର୍ୟନ ପାକିସ୍ତାନର ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନୁଚ୍ଛେଦ ୩୭୦ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଏହାକୁ ଉଚ୍ଛେଦ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ହସ୍ତକ୍ଷେପ କରିବା ଅଧିକାର ପାକିସ୍ତାନର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ, ୮ଟାରେ ପୋଷ୍ଟାଲ ବାଲଟ ଗଣନା

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶନିବାର ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଉଭୟ ରାଜ୍ୟରେ ଶାସକ ଓ...

ରାଜି ଥିଲେ ଘର ଲୋକେ, ପଡ଼ିଥାନ୍ତା ହାତଗଣ୍ଠି…ହେଲେ ହଳଦୀ ଉତ୍ସବ ଦିନ କାହିଁକି ପଙ୍ଖାରେ ଝୁଲି ପଡ଼ିଲେ ବରକନ୍ୟା?

ଲକ୍ଷ୍ନୌ,୨୨।୧୧: ୩ ବର୍ଷର ପ୍ରେମସମ୍ପର୍କ। ପରିବାର ଲୋକେ ରାଜି ହେବା ପରେ ବିବାହର ଦିନ ସ୍ଥିର ହୋଇଥିଲା। ଆଉ ଦି ଦିନ ପରେ ପଡ଼ିଥିଲା ହାତଗଣ୍ଠି।...

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି...

ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌...

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ...

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା...

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ...

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri