ୟୁଏନ୍‌ଏସ୍‌ସିରେ ଉଠିବନି କଶ୍ମୀର ପ୍ରସଙ୍ଗ

ଜାତିସଂଘ,୩ା୧୧: ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଅନୁଷ୍ଠିତ ହେବାକୁ ଥିଲାବେଳେ ସେଥିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବନାହିଁ। ନଭେମ୍ବର ମାସ ପାଇଁ ୟୁଏନ୍‌ଏସ୍‌ସିରେ ଅଧ୍ୟକ୍ଷତା କରିବାକୁ ଥିବା ବ୍ରିଟେନର ସ୍ଥାୟୀ ପ୍ରତିନିଧି କରେନ ପିର୍ସି ଏହି ସୂଚନା ଦେଇଛନ୍ତି। ଆଲୋଚନା ପାଇଁ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗ ରହିଛି। କଶ୍ମୀର ସମ୍ପର୍କରେ ଆଲୋଚନା ପାଇଁ କୌଣସି ଯୋଜନା ନ ଥିବା ସେ କହିଛନ୍ତି। କଶ୍ମୀରରେ ମୁସଲମାନଙ୍କୁ ହତ୍ୟା କରାଯାଉଥିବାରୁ ଏହି ପ୍ରସଙ୍ଗ ସୁରକ୍ଷା ପରିଷଦରେ ଉଠିବ କି ବୋଲି ଆରବ ଖବରଦାତାମାନେ ପ୍ରଶ୍ନ କରିବାରୁ ପିର୍ସି ଉପରୋକ୍ତ ମତ ଦେଇଥିଲେ।

Share