ୟୁଏନ୍‌ଏସ୍‌ସିରେ କଶ୍ମୀର ଆଲୋଚନା: ଅନୁରୋଧ ପ୍ରତ୍ୟାହାର କଲା ଚାଇନା

ଜାତିସଂଘ,୧୯।୧୨(ପି.ଟି): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପୂର୍ବରୁ ଚାଇନା କରିଥିବା ଅନୁରୋଧକୁ ପ୍ରତ୍ୟାହାର କରିନେଇଛି। କଶ୍ମୀର ସ୍ଥିତିକୁ ନେଇ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଜାତିସଂଘ ସୁରକ୍ଷା ପରିଷଦକୁ ୧୨ ତାରିଖରେ ପତ୍ର ଲେଖିଥିଲେ। ଏହା ପରେ ୧୫ ରାଷ୍ଟ୍ର ବିଶିଷ୍ଟ ପରିଷଦରେ ଏହା ଉପରେ ଆଲୋଚନା ପାଇଁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ପ୍ରସ୍ତାବ ଦେଇଥିଲା। ମଙ୍ଗଳବାର ଅପରାହ୍ନରେ ଏହା ଉପରେ ଆଲୋଚନା ହେବାର ଆଶା କରାଯାଉଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଚାଇନା ତା’ର ଅନୁରୋଧକୁ ଫେରାଇ ନେବାରୁ ଆଲୋଚନା ହୋଇପାରି ନାହିଁ।

Share