Categories: ଜାତୀୟ

ୟୁଏପିଏ ଆଧାରରେ ମାସୁଦ ଆଝାରଙ୍କ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୪।୯: ଭାରତ ମାସୁଦ ଆଝାର, ହାଫିଜ ସୟିଦ, ଦାଉଦ୍‌ ଇବ୍ରାହିମ୍‌ ଓ ଜକି-ଉର୍‌-ରହମାନ ଲଖଭିଙ୍କୁ ଆତଙ୍କବାଦୀ ଘୋଷଣା କରିଛି। ଏମାନଙ୍କୁ Unlawful Activities (Prevention) Act ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହାସହ ଏମାନଙ୍କ ବିରୋଧରେ ରେଡ କର୍ନର ନୋଟିସ ମଧ୍ୟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ନାଁରେ ଭାରତରେ ପ୍ରାୟ ୫ଟି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ମେ’ରେ ତାଙ୍କୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ  ଘୋଷଣା କରାଯାଇଥିଲା।

Share