ୟୁଏସ୍‌ଆଇର ଇକୋଫ୍ରେଣ୍ଡଲି ଦୀପାବଳି: କାର୍ଯ୍ୟକ୍ରମରେ ଯୋଗଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର,୨୭ା୧୦: ୟୁନାଇଟେଡ୍‌ ଫର ସୋସିଆଲ୍‌ ଇଣ୍ଟରେଷ୍ଟ(ୟୁଏସ୍‌ଆଇ) ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଖାରବେଳନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଇକୋଫ୍ରେଣ୍ଡଲି ଦୀପାବଳି ପାଳିତ ହୋଇଯାଇଛି। ଉତ୍କଳ ଦୃଷ୍ଟିହୀନ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ ସାମାଜିକ କର୍ମୀ ଋତୁପର୍ଣ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ। ସୁରକ୍ଷିତ ଦୀପାବଳି ପାଳନ, ମାଟି ଦୀପ ବ୍ୟବହାର ନେଇ ଡିସିପି ନାଥ ଗୁରୁତ୍ୱାରୋପ କରିବା ସହ ଦୀପ ବଣ୍ଟନ କରିଥିଲେ। ପରିବେଶ ଉପରେ ବାଣର ଖରାପ ପ୍ରଭାବ ନେଇ ଅଧିକ ସଚେତନତା ଲୋଡା ବୋଲି ଋତୁପର୍ଣ୍ଣା ମହାନ୍ତି କହିଛନ୍ତି। ୟୁଏସ୍‌ଆଇ କନଭେନର ପ୍ରତୀକ୍ଷା ମିଶ୍ରଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସଚେତନ କରାଇଥିଲେ। ପରିବେଶ ସୁରକ୍ଷା ଲାଗି ଇକୋଫ୍ରେଣ୍ଡଲି ଦୀପାବଳି ପାଳନ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କନଭେନର ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ବିହାରୀ ନାଏକ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରୀଷ୍ଣା ରେଡ୍ଡୀ, ସନ୍ଦୀପ ମହାପାତ୍ର, ଲୋକେଶ ଜଗତ ପ୍ରମୁଖ ଉପସ୍ଥିତ ଥିଲେ।

Share