Categories: ବାଣିଜ୍ୟ

ୟୁଏସ୍‌ରେ ଚାକିରି ହରାଇଛନ୍ତି ୪.୧ କୋଟି

ଓ୍ବାଶିଂଟନ,୨୯।୫: କରୋନା ଜନିତ ଲକ୍‌ଡାଉନ ଲାଗି ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ରେ ୪.୧ କୋଟି ଲୋକ ଚାକିରି ହରାଇଛନ୍ତି। ଗତ ସପ୍ତାହରେ ୨.୧ ନିୟୁତ ଲୋକ ବେରୋଜଗାରୀ ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହା ୪୧ ନିୟୁତ ଛୁଇଁଥିବା ଜଣାପଡିଛି। ନିଯୁକ୍ତି ପ୍ରଭାବିତ ହୋଇଥିବା ୨୧ ନିୟୁତ ଆମେରିକୀୟଙ୍କୁ ବର୍ତ୍ତମାନ ସୁବିଧା ଯୋଗାଇବା ଲାଗି ବ୍ୟବସ୍ଥା କରାଯାଇଛି। ଏପ୍ରିଲରେ ବେରୋଜଗାରୀ ହାର ସେଠାରେ ୧୪.୭% ରହିଥିଲା। ଏହା ବୃହତ୍‌ ମାନ୍ଦାବସ୍ଥା ପରଠାରୁ ସର୍ବାଧିକ ରହିଛି। ଏହି ହାର ମେ ମାସରେ ପ୍ରାୟ ୨୦% ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଆର୍ଥତ୍କ କାର୍ଯ୍ୟକଳାପ ଧୀରେ ଧୀରେ ପୁଣି ଥରେ ଆରମ୍ଭ ହେଉଥିବାରୁ ଲୋକମାନେ ପୁଣି ଥରେ କାର୍ଯ୍ୟକ୍ଷେତ୍ରକୁ ଫେରୁଥିବା ଦେଖାଯାଉଛି।

Share