Categories: ଖେଳ

ୟୁଏସ୍‌ ଓପନ୍‌: ଶରନ- ହୁଗୋ ଆଉଟ୍‌

ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍‌ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଏହି ଯୋଡି ୪-୬, ୪-୬ ସିଧାସଳଖ ସେଟ୍‌ରେ ରବର୍ଟ କାର୍ବାଲେସ ବାଏନା ଓ ଫେଡେରିକୋ ଡେଲବୋନିସଙ୍କଠାରୁ ମାତ୍ର ୭୨ ମିନିଟ୍‌ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଶରନ ଓ ହୁଗୋ ବଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦ରେ ନ ଥିଲେ ମଧ୍ୟ ୟୁଏସ୍‌ ଓପନ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ଏଥିସହିତ ଶରନ ଚଳିତ ସେସନରେ ଦ୍ୱିତୀୟଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହାପୂର୍ବରୁ ସେ ଅଷ୍ଟ୍ରେଲିଆ ଓପନ୍‌ ପ୍ରଥମ ରାଉଣ୍ଡରେ ମଧ୍ୟ ପରସ୍ତ ହୋଇଥିଲେ। ଏହି ପରାଜୟ ତାଙ୍କ ପାଇଁ ବେଶ୍‌ ମହଙ୍ଗା ପଡିବ। ଚଳିତ ୟୁଏସ୍‌ ଓପନ୍‌ ପରେ ପ୍ରକାଶିତ ହେବାକୁ ଥିବା ର଼୍ୟାଙ୍କିଙ୍ଗ୍‌ରେ ସେ ୪୮ଟି ସ୍ଥାନ ତଳକୁ ଖସିବେ। ତେବେ ସେ ୨୦୧୮ରେ ଓ୍ବିମ୍ବେଲଡନ ଟେନିସ୍‌ ଟୁର୍ନାମେଣ୍ଟରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।
ଏଥର ରୋହନ ବୋପାନ୍ନା ଓ ଅଭିଜ୍ଞ ଲିଆଣ୍ଡର ପେସ୍‌ ପୁରୁଷ ଡବଲ୍ସ ଇଭେଣ୍ଟ ସେମାନଙ୍କ ସାଥି ସହ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍‌ ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଫ୍ରାନ୍ସର ଚତୁର୍ଥ ସିଡ୍‌ ଯୋଡି ପିଏରେ-ହ୍ୟୁଗ୍ସ ହର୍‌ବର୍ଟ ଓ ନିକୋଲାସ ମାହୁଟ୍‌ଙ୍କୁ ଭେଟିବେ। ସେହିପରି ପେସ୍‌ ଓ ତାଙ୍କ ଆର୍ଜେଣ୍ଟିନା ସାଥି ଗୁଇଲର୍ମୋ ଡୁରାନ ପ୍ରତିପକ୍ଷ ସର୍ବିୟା ଓ ନରଓ୍ବେ ଯୋଡି ମିଓମିର କେକ୍‌ମାନୋଭିକ୍‌ ଓ ନରଓ୍ବେର କାସ୍ପର ରୁଡ୍‌ଙ୍କୁ ଭେଟିବେ।

Share