Posted inଖେଳ

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌, ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ଆଶେଲେ ବାର୍ଟି, ତୃତୀୟ ସିଡ୍‌ କାରୋଲିନା ପ୍ଲିସ୍କୋଭା ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଗତଥରର ଚାମ୍ପିୟନ ସର୍ବିୟାର ଜୋକୋଭିଚ୍‌ ସ୍ପେନ୍‌ର ୭୬ତମ ର଼୍ୟାଙ୍କ୍‌ର ଖେଳାଳି ରୋବେର୍ଟୋ କାରବାଲେସ ବାଏନାଙ୍କୁ ୬-୪, ୬-୧, ୬-୪ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ସୁଇଜରଲାଣ୍ଡର ଷ୍ଟାନିସଲାସ ଓ୍ବାରିଙ୍କା ୬-୩, ୭-୬, ୪-୬, ୬-୩ ସେଟରେ ଇଟାଲୀର ଜାନିକ ସିନରଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବେଲଜିୟମର ଡେଭିଡ ଗଫିନ୍‌ ୬-୩, ୩-୬, ୬-୪, ୬-୦ ସେଟ୍‌ରେ ଫ୍ରାନ୍ସର କରେଣ୍ଟିନ୍‌ ମୌଟେଟଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ବିଶ୍ୱର ୫ ନମ୍ବର ଖେଳାଳି ରୁଷିଆର ଡାନିଲି ମେଡଭେଡେଭ ଭାରତର ପ୍ରଜନେଶ ଗୁଣେଶ୍ୱରନଙ୍କୁ ୬-୪, ୬-୧, ୬-୨ ସେଟରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ସପ୍ତମ ସିଡ୍‌ ମାନ୍ୟତା ପାଇଥିବା ଜାପାନ ତାରକା କେଇ ନିଶିକୋରୀ ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରତିପକ୍ଷ ଖେଳାଳି ତଥା କ୍ୱାଲିଫାୟର ମାର୍କୋ ଟ୍ରୁଙ୍ଗେଲିଟି ଇଞ୍ଜୁରି କାରଣରୁ ଓହରିଯିବାରୁ ନିଶିକୋରୀ ଅଗ୍ରଗତି କରିଛନ୍ତି। ତେବେ ସେତେବେଳକୁ ସେ ୬-୧, ୪-୧ରେ ଅଗ୍ରଣୀ ରହିଥିଲେ। ସେହିପରି ଗ୍ରିଗର ଡିମିଟ୍ରୋଭ, ବର୍ନାଡ କୋରିକ୍‌, ଡେଭିଡ୍‌ ଗଫିନ୍‌, ଲୁକାଶ ପାଓଲି, ଫେଲିସିଆନୋ ଲୋପେଜ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ଦ୍ୱିତୀୟ ସିଡ ଅଷ୍ଟ୍ରେଲିଆର ବାର୍ଟି ୧-୬, ୬-୩, ୬-୨ ସେଟରେ ୮୦ତମ ର଼୍ୟାଙ୍କର କାଜାଖସ୍ତାନର ଜରିନା ଡିୟାସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ବାର୍ଟିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସେହିପରି ୨୦୧୬ ୟୁଏସ୍‌ ଓପନ ରନର୍ସଅପ୍‌ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ନିଜ ଦେଶର ତେରେଜା ମାର୍ଟିନକୋଭାଙ୍କୁ ୭-୬, ୭-୬ ସେଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଷ୍ଟମ ସିଡ୍‌ ଅଭିଜ୍ଞ ଆମେରିକୀୟ ତାରକା ସେରେନା ଓ୍ବିଲିୟମ୍ସ ରୁଷିଆର ମାରିଆ ସାରାପୋଭାଙ୍କୁ ୬-୧, ୬-୧ ସେଟ୍‌ରେ ଅତି ସହଜରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଭେନସ ଓ୍ବିଲିୟମ୍ସ ୬-୧, ୬-୦ ସେଟ୍‌ରେ ଚାଇନାର ଝେଙ୍ଗ୍‌ ସାଇସାଇଙ୍କୁ ୬୬ ମିନିଟରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri