Categories: ବାଣିଜ୍ୟ

ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୬-୧୧: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ସଞ୍ଜୟ କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ସହିତ ସେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଭାବେ କାର୍ଯ୍ୟ କରିବେ। ଏହା ପୂର୍ବରୁ ସେ ୟୁକୋ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟଠାରେ ରିକଭରି ଓ ଆଇନ ବିଭାଗରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୦ରେ ପ୍ରୋବେସନାରୀ ଅଧିକାରୀ ଭାବେ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ। ଦେଶ ତଥା ଦେଶ ବାହାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିଛନ୍ତି। ସିଙ୍ଗାପୁରଠାରେ କ୍ରେଡିଟ ବିଭାଗର ବରିଷ୍ଠ ପ୍ରବନ୍ଧକ, ବ୍ୟାଙ୍କର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, କଲିକତା ମୁଖ୍ୟ କାର୍ଯ୍ୟାଳୟରେ ଫ୍ଲାଗଶିପ କର୍ପୋରେଟ କ୍ରେଡିଟ ବିଭାଗରେ ସେ କାର୍ଯ୍ୟ କରିଛନ୍ତି। ଚଣ୍ଡିଗଡସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ମୁଖ୍ୟ, ହାଓଡା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ସେ ଅବସ୍ଥାପିତ ଥିଲେ। ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ଭାବେ ରିଟେଲ, କୃଷି, ଏମଏସ୍‌ଏମ୍‌ଇ, ଏନ୍‌ପିଏ ଅସୁଲ ଭଳି ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ସେହିଭଳି ସ୍ବୟଂ ସହାୟକ ଗୋଷ୍ଠୀକୁ ସହାୟତା ଲାଗି ବ୍ୟାଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

Share