ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ୟୁକ୍ରେନ୍ରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କ ମାତାପିତା। ପ୍ରତିବର୍ଷ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ମେଡିକାଲ ଶିକ୍ଷା ପାଇଁ ୟୁକ୍ରେନ୍ ଯାଉଥିବାବେଳେ ସେମାନେ ଏବେ ସେଠାରେ ଫସି ରହିଛନ୍ତି। ତେବେ ସେମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ବିମାନ ଖର୍ଚ୍ଚ ବହନ କରିବା ସବୁ ମାତାପିତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କୁହାଯାଇଛି। ଏଭଳିସ୍ଥଳେ ରାଜ୍ୟ ସରକାର ସବ୍ସିଡ଼ି ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ