ୟୁକ୍ରେନ୍‌ ଯାତ୍ରୀବାହୀ ବିମାନରେ ମାଡ଼ ହୋଇଥିଲା ୨ଟି ଇରାନୀ କ୍ଷେପଣାସ୍ତ୍ର

ଓ୍ବାଶିଂଟନ,୧୫।୧: ଇରାନ ପକ୍ଷରୁ ଇରାକ୍‌ରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ସମୟରେ ଭୁଲ୍‌ ବଶତଃ ତେହେରାନ୍‌ରୁ ୟୁକ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀବାହୀ ବିମାନ ଉପରେ ଇରାନୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଫଳରେ ବିମାନରେ ଥିବା ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ବିମାନଟି ଟେକ୍‌ ଅଫ୍‌ କରିବାର ୩ ମିନିଟ୍‌ ମଧ୍ୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ତେବେ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ ଅନୁସାରେ ୟୁକ୍ରେନ୍‌ ବିମାନରେ ଗୋଟିଏ ନୁହେଁ ୨ଟି ଇରାନୀ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହାଦ୍ୱାରା ମଝି ଆକାଶରେ ବିମାନଟି ଧ୍ୱଂସ ହୋଇଯାଇଥିଲା। ଏନେଇ ୨ ମିନିଟ୍‌ ୪ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଜାରି ହୋଇଛି। ଏବେ ନ୍ୟୁୟର୍କ ଟାଇମ୍ସ୍‌ରେ ପ୍ରକାଶିତ ଖବର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share