ୟୁକ୍ରେନ ଉପରେ ରୁଷିଆର ମିଶାଇଲ ମାଡକୁ ନିନ୍ଦା କଲେ ବାଇଡେନ

ୱାଶିଂଟନ,୧୧ ।୧୦: ଏବେ ସବୁଠି ଚର୍ଚ୍ଚାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ । କଛିଦିନ ଏହା ନରମ ପଡିଯାଇଥିବା ବେଳେ ଏବେ ଦୁଇ ଦିନ ହେବ ପୁଣି ଆକ୍ରମକ ହୋଇଉଠିଛି ରୁଷିଆ । କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅଧିକ ଆକ୍ରମକ ହୋଇ ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ସମେତ କିଛି ବଡ ବଡ ସହରରେ ଆଖିବୁଜା ଆକ୍ରମଣ କରିଛି । ଫଳରେ ଆକାଶରେ ଛାଇ ଯାଇଛି କେବଳ କଳା ଧୂଆଁ । ଏବେ ରୁଷିଆର ଏହି ମିଶାଇଲ ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିନ୍ଦା କରିଛନ୍ତି । ରୁଷିଆ ୟୁକ୍ରେନ୍ ଉପରେ ପ୍ରାୟ ୮୪ଟି ମିଶାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ଅତିକମରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।
ବାଇଡେନ ରୁଷିଆର ଏହି କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛନ୍ତି । ବାଇଡେନ କହିଛନ୍ତି ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆକ୍ରମଣରେ ସେହିଭିଳି ସ୍ଥାନକୁ ନଷ୍ଟ କରି ଦିଆଯାଇଛି ଯାହାର ସେନା ସହ କୌଣସି ସ୍ମପର୍କ ନାହିଁ । ପୁଣିଥରେ ୟୁକ୍ରେନ୍ର ସାଧାରଣ ଜନତାଙ୍କ ଉପରେ ପୁଟିନଙ୍କର ଏହା କ୍ରୁର ପ୍ରଦର୍ଶନ ବୋଲି ବାଇଡେନ କହିଛନ୍ତି ।

Share